ଭୁବନେଶ୍ୱର, ୨୯/୧୦(ସ୍ୱତନ୍ତ୍ର ପ୍ରତିନିଧି): ଆମ ଦେଶରେ ଡାକ୍ତରୀ ପାଠପଢା କ୍ଷେତ୍ରରେ ଇଂରାଜୀ ଭାଷାର ଏକଚାଟିଆ ଅଧିକାର ସମାପ୍ତ ହେବାକୁ ଯାଉଛି । ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ଏନ୍ଇଇଟି ପରୀକ୍ଷା ଅନୁଷ୍ଠିତ ହେବା ପରେ ଇଂରାଜୀ ଛଡ଼ା ଅନ୍ୟ ଭାରତୀୟ ଭାଷାରେ ଡାକ୍ତରୀ ପଢାକୁ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ତପିର ହୋଇ ଉଠିଛନ୍ତି । ଗତ ଅକେଫାବର୍ ୧୬ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହିନ୍ଦୀ ଭାଷାରେ ଲିଖିତ ପ୍ରଥମ ଏମ୍ବିବିଏସ୍ ପାଠ୍ୟପୁସ୍ତକ ମଧ୍ୟପ୍ରଦେଶରେ ଉନ୍ମୋଚନ କରିଛନ୍ତି । ଆୟୋଜିତ ଉତ୍ସବରେ ଶାହା କହିଛନ୍ତି ଯେ ମାତୃଭାଷାରେ ଡାକ୍ତରୀ ଶିକ୍ଷାର ବ୍ୟାପକ ସୁଯୋଗ ରହିଛି ।
ଆଗକୁ ଏହାର ସୁଦୂରପ୍ରସାରୀ ପ୍ରଭାବ ଅନୁଭୂତ ହେବ । ସୂଚନାଯୋଗ୍ୟ, ଓଡ଼ିଆ ସମେତ ସବୁ ପ୍ରମୁଖ ଆଞ୍ଚଳିକ ଭାଷାରେ ବୈଷୟିକ ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ସବୁଜ ସଂକେତ ମିଳିସାରିଛି । ଓଡ଼ିଆ ଭାଷାରେ ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟପୁସ୍ତକ ପ୍ରସ୍ତୁତି କାମ ଚାଲିଛି । ଏହାକୁ ନେଇ କିଏ ଖୁସି ଜାହିର୍ କରୁଛି ତ କିଏ ବିରୋଧ କରୁଛନ୍ତି । ମାତୃଭାଷାରେ ପ୍ରାଥମିକ ଶିକ୍ଷାର ନିଶ୍ଚିତ ରୂପେ ଆବଶ୍ୟକ । ହେଲେ ଭାରତ ଭଳି ଗୋଟିଏ ବହୁଭାଷୀ ଦେଶରେ ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷା ଦ୍ୱାରା ନିଯୁକ୍ତି କ୍ଷେତ୍ର ସଂକୁଚିତ ହେବାର ଆଶଂକା ରହିଛି । ଯଦି ଜଣେ ମେଧାବୀ ଛାତ୍ର ଓଡ଼ିଆରେ ଏନ୍ଇଇଟି ପରୀକ୍ଷା ଦେଇ ଓଡ଼ିଆ ଭାଷାର ପାଠ୍ୟକ୍ରମ ପଢି ଡାକ୍ତରୀ ପାସ୍ କରେ ତେବେ ସେ କେବଳ ଓଡ଼ିଶା ଭିତରେ ନିଯୁକ୍ତି ପାଇବାକୁ ସକ୍ଷମ ହୋଇ ପାରିବ । ଯେତେ ପ୍ରତିଭାସଂପନ୍ନ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାର ଡାକ୍ତରୀ ବହି ପଢିଥିବାରୁ ରୋଗୀ ଦେଖି ଓଡ଼ିଆ ଭାଷାରେ ପରାମର୍ଶପତ୍ର (ପ୍ରେସ୍କ୍ରିପ୍ସନ୍) ଲେଖିବାକୁ ବାଧ୍ୟ ହେବେ ।
ଅବଶ୍ୟ ସେମାନେ ଓଡ଼ିଶାରେ ସରକାରୀ କିମ୍ବା ବେସରକାରୀ ଡାକ୍ତର୍ଖାନାରେ ନିଯୁକ୍ତି ପାଇବା କିମ୍ବା ରୋଗୀଙ୍କ ଚିକିତ୍ସା କରିବାରେ କୌଣସି ଅସୁବିଧା ହେବ ନାହିଁ କି;ୁ ସଂପୃକ୍ତ ଡାକ୍ତରୀ ଛାତ୍ରମାନଙ୍କର ରାଜ୍ୟ ବାହାରକୁ ଯିବାର ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ବିଦେଶ କଥା ଛାଡ଼ ସେମାନେ ଅନ୍ୟ ରାଜ୍ୟରେ ମଧ୍ୟ ଡାକ୍ତର୍ କିମ୍ବା ସ୍ୱାସ୍ଥ୍ୟ ଅଧିକାରୀ ରୂପେ ନିଯୁକ୍ତ ହୋଇ ପାରିବେ ନାହିଁ କାରଣ ଓଡ଼ିଆ ଭାଷାରେ ଲିଖିତ ସେମାନଙ୍କ ପ୍ରେସ୍କ୍ରିପ୍ସନ୍ ଅଣଓଡ଼ିଆ ଲୋକ ପଢି ପାରିବେ ନାହିଁ । ଭୁବନେଶ୍ୱର୍ ଏମ୍ସରେ ନିଯୁକ୍ତି ପାଇଥିବା ଜଣେ ଓଡ଼ିଆ-ପଢା ଡ଼ାକ୍ତର୍ ଦିଲ୍ଲୀ ବା ଅନ୍ୟ କୌଣସି ଏମ୍ସକୁ ବଦଳି ହୋଇ ଯାଇ ପାରିବେ ନାହିଁ । ଏମିତିରେ ତ ଭାରତୀୟ ମେଡିକାଲ୍ ଡିଗ୍ରୀକୁ ଆମେରିକା, ଇଂଲଣ୍ଡ ସମେତ ବହୁ ବିଦେଶୀ ରାଷ୍ଟ୍ରରେ ସ୍ୱାଭାବିକ ଭାବେ ଗ୍ରହଣ କରାଯାଏ ନାହିଁ । ସେଠାକାର କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏକ ବ୍ରିଜ୍ କୋର୍ସ କରିବା ପରେ ହିଁ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ବିଦେଶରେ ରୋଗୀ ଚିକିତ୍ସା କରିବା ପାଇଁ ସୁଯୋଗ ଦିଆ ଯାଇଥାଏ । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ୟୁକ୍ରେନ୍ ଛାଡ଼ି ଚାଲି ଆସିଥିବା ଭାରତୀୟ ଡାକ୍ତରୀ ଛାତ୍ରମାନେ ପଢା ସାରିବା ପାଇଁ କେମିତି ହନ୍ତସନ୍ତ ହେଲେ କିଏ ନ ଜାଣେ? କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟରେ ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାକୁ ଉତ୍ସାହିତ କରୁଥା;ୁ ନା କାହିଁକି ଏଥିରୁ ଏହା ସ୍ପଷ୍ଟ ଯେ ହିନ୍ଦୀଭାଷୀ ଏଥିରୁ ସର୍ବାଧିକ ଉପକାର ପାଇବେ । ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀ ଆଞ୍ଚଳିକ ଭାଷା ଓଡ଼ିଆରେ ଡାକ୍ତରୀ ପାସ୍ କରିବା ପରେ ରାଜ୍ୟ ଭିତରେ ନିଯୁକ୍ତି ପାଇ ନ ପାରିଲେ ସାର୍ଟିଫିକେଟ୍ ଧରି ସେମାନେ କାହା ପାଖକୁ ଧାଇଁବେ? ପିଜି କରିବା ପରେ ମଧ୍ୟ ଓଡ଼ିଶା ବାହାରେ ସେମାନେ ନିଯୁକ୍ତି ପାଇବା ଓ ରୋଗୀଙ୍କୁ ପରାମର୍ଶପତ୍ର ଲେଖିବାରେ ସମସ୍ୟା ରହିବ । ତେଣୁ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପଛୁଆ ରହିଥିବାବେଳେ ଓଡ଼ିଆ ପାଠ୍ୟକ୍ରମର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନିଯୁକ୍ତି କିଏ ସୁନିଶ୍ଚିତ କରିବ? ମାତୃଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ଦାବି କରିଥିବା ଓଡ଼ିଶା ସରକାର ନା ଏହାକୁ ସବୁଜ ସଂକେତ ଦେଇଥିବା ଜାତୀୟ ମେଡିକାଲ୍ କାଉନସିଲ୍ କିଏ ଭବିଷ୍ୟତରେ ଯେଉଁ ପିଲାମାନେ ଓଡ଼ିଆରେ ଡାକ୍ତରୀ ପାଠ ପଢିବେ ସେମାନଙ୍କ ପିଠିରେ ପଡ଼ିବ?