ପୁରୀ,୮ା୧୧(ଅନୁପମ ମିଡ଼ିଆ):ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଥିବା ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତା ୧୦ତାରିଖ ଦିନ ପୁରୀ ଆସି ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିରର ଅନନ୍ଦ ବଜାରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ଏସ୍ପି କନୱାର ବିଶାଳ ସିଂ କହିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତର ସୁରକ୍ଷା ଦାୟିତ୍ୱରେ ୫ଜଣ ଏସ୍ପି ପାହ୍ୟାର ଅଧିକାରୀ, ୭ଜଣ ଅତିରିକ୍ତ ଏସ୍ପି ଓ ଆଡ଼ିସିନାଲ କମାଣ୍ଡାଣ୍ଟ,୧୮ଜଣ ଡିଏସ୍ପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ୩୦ଜଣ ଇନ୍ସପେକଫର, ୧୦୦ଜଣ ସବ୍ଇନ୍ସପେକଫର ଓ ଏଏସ୍ଆଇ, ୩୦୦ ଗୃହରକ୍ଷୀ ଓ ୨୪ ପ୍ଲାଟୁନ୍ ଫୋସ ନିୟୋଜିତ ହେବେ ବୋଲି ଏସ୍ପି ସୂଚନା ଦେଇଛନ୍ତି ।