ଛାତ୍ରୀଙ୍କୁ ରାଗିଂ ମାମଲାରେ ଦୁଇ ଗିରଫ : ଅଭିଯୁକ୍ତକୁ କଲେଜରୁ ବହିଷ୍କାର ସୁପାରିଶ

November 16, 2022, ଓଡ଼ିଶା, , Anupambharat News Bureau


ଛାତ୍ରୀଙ୍କୁ ରାଗିଂ ମାମଲାରେ ଦୁଇ ଗିରଫ : ଅଭିଯୁକ୍ତକୁ କଲେଜରୁ ବହିଷ୍କାର ସୁପାରିଶ
Anupambharat News Bureau
November 16, 2022


ବ୍ରହ୍ମପୁର,୧୬ା୧୧(ଅନୁପମ ମିଡ଼ିଆ): ବିନାୟକ ଆଚାର୍ଯ୍ୟ କଲେଜରେ ଜନୈକା ଛାତ୍ରୀଙ୍କୁ ରାଗିଂ କରିବା ଘଟଣାର ଭିଡ଼ିଓ ଭାଇରାଲ୍‌ ପରେ ପୋଲିସ ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ ଦୁଇ ଜଣ ନାବାଳକ ଛାତ୍ରଙ୍କୁ ଅଟକ ରଖାଯାଇଥିବା ବ୍ରହ୍ମପୁର ଏସ୍‌ପି ଡ଼. ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି ।
ଭାଇରାଲ ଭିଡ଼ିଓରେ ଜନୈକା ଛାତ୍ରୀଙ୍କୁ ଜବରଦସ୍ତ ଅଟକ ରଖି ସମସ୍ତଙ୍କ ଆଗରେ ଜଣେ କଲେଜ ଛାତ୍ର ଅସଦାଚରଣ କରୁ ଥିବା ଦୃଶ୍ୟ ରହିଛି । ଭାଇରାଲ୍‌ ଭିଡ଼ିଓକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ର ଅଭିଷେକ ନାହାକ (୨୪), ବାବୁଲା ପଣ୍ଡା (୧୮)କୁ ଗିରଫ କରିବା ସହ ଅନ୍ୟ ଦୁଇ ଜଣ ନାବାଳକ ଛାତ୍ରଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ଏପରିକି ଅଭିଯୁକ୍ତ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ଏସ୍‌ପି ଡ଼. ସର୍ବଣା
ବିବେକ ଏମ୍‌ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିବା ଜଣାପଡିଛି । ଆଜି ଗିରଫ ଛାତ୍ରଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଅଟକ ଛାତ୍ରଙ୍କୁ ଜୁଭେନାଲ୍‌ ଜଷ୍ଟିସ୍‌ଙ୍କ ବୋର୍ଡ଼ରେ ହାଜର କରାଯାଇଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ: ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ: ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ

Read More...

ଗ୍ରହଣରେ ହେତୁବାଦୀଙ୍କ ସାମୁହିକ ଭୋଜନ ବ୍ୟବସ୍ଥାକୁ ବିରୋଧ :ପ୍ରବଳ ଉତ୍ତେଜନା, ଲାଠିମାଡ଼

ଗ୍ରହଣରେ ହେତୁବାଦୀଙ୍କ ସାମୁହିକ ଭୋଜନ ବ୍ୟବସ୍ଥାକୁ ବିରୋଧ :ପ୍ରବଳ ଉତ୍ତେଜନା, ଲାଠିମାଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page