ଓଡ଼ିଶା ବନ୍ଦର ନୀତି ଅନୁମୋଦନ :ରାଜ୍ୟ ଶିଶୁ ନୀତି ମଞ୍ଜୁର

November 18, 2022, ଓଡ଼ିଶା, , Anupambharat News Bureau


ଓଡ଼ିଶା ବନ୍ଦର ନୀତି ଅନୁମୋଦନ :ରାଜ୍ୟ ଶିଶୁ ନୀତି ମଞ୍ଜୁର
Anupambharat News Bureau
November 18, 2022


ଭୁବନେଶ୍ୱର, ୧୮ା୧୧(ଅନୁପମ ମିଡ଼ିଆ):­ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, କୃଷି ଓ କୃଷକ କଲ୍ୟାଣ, ସାଧାରଣ ପ୍ରଶାସନ, ସଂସଦୀୟ ବ୍ୟାପାର, ଯୋଜନା- ସଂଯୋଜନା ଓ ଜଳ ସମ୍ପଦ ବିଭାଗ ସହ ଜଡିତ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି । ରାଜ୍ୟର ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ ଜେନା କ୍ୟାବିନେଟ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିସମ୍ପର୍କରେ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଏହି କ୍ୟାବିନେଟ ବୈଠକରେ ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’କୁ ମଧ୍ୟ ଅନୁମୋଦନ ମିଳିଛି । ଶିଶୁମାନଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଏହି ନୂଆ ନୀତି ଗୁରୁତ୍ୱ ଦେବ । ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଓ ଶିକ୍ଷା ଅଧିକାରକୁ ଗୁରୁତ୍ୱ ଦେବ । ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବଡିଭିଜନାଲ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟାଳୟ ହସ୍ପିିଟାଲ ଓଡିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ କାର୍ଯ୍ୟକୁ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରା ଯିବା ପାଇଁ ଆସିଥିବା ପ୍ରସ୍ତାବକୁ ବୈଠକରେ ଅନୁମୋଦନ ଦିଆ ଯାଇଛି । ଏହି ବୈଠକରେ ରାଜ୍ୟ ବନ୍ଦର ନୀତି ୨୦୨୨କୁ ମଧ୍ୟ ଅନୁମୋଦନ ପ୍ରଦାନ କରା ଯାଇଛି । ଅଣ ବୃହତ ବନ୍ଦର ଓ ଓଡିଶାର ଅଭ୍ୟନ୍ତରୀଣ ଜଳପଥଗୁଡିକର ସମନ୍ୱିତ ବିକାଶ ସଂକ୍ରାନ୍ତର ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ଏହି ନୀତିର ମୂଳ ଲକ୍ଷ୍ୟ ।
ଏହି ନୀତିରେ ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ୱ ଦିଆଯିବ । ଏଥିସହ ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦିଆଯିବ । ସାମୁଦ୍ରିକ ପର୍ଯ୍ୟଟନ ଓ ବହୁମୁଖୀ ଜେଟିକୁ ପ୍ରୋତ୍ସାହିତ କରାଯିବ । ଏହି ନୀତି ବନ୍ଦର ସଂଯୋଗ ଭିତ୍ତିଭୂମି ମାଧ୍ୟମରେ ବନ୍ଦର ଏବଂ ବନ୍ଦର ନେତୃତ୍ୱାଧୀନ ଶିଳ୍ପ ବିକାଶକୁ ସହାୟତା ତଥା ପ୍ରୋତ୍ସାହିତ କରିବାକୁ ସହାୟକ ହେବ । ଅନ୍ୟପକ୍ଷେ ଚଳିତ ୨୦୨୨-୨୩ ବର୍ଷରେ ଫସଲ ବିବିଧି କରଣ ଯୋଜନା ନାମରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଫସଲର ବିବିଧତାକୁ ପ୍ରୋତ୍ସାହିତ କରିବା ଉପରେ ଏହା ପ୍ରଥମ ପ୍ରକାରର କୃଷି କାର୍ଯ୍ୟକ୍ରମ ହେବ । ଏହି ଯୋଜନା ପାଇଁ ରାଜ୍ୟ କ୍ୟାବିନେଟ୍‌ ୨୦୨୨-୨୩ ବର୍ଷରୁ ୨୦୨୪-୨୫ ବର୍ଷ ପାଇଁ ୯୨୯୫୫.୬୫ ଲକ୍ଷ ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ଅନୁମୋଦନ ଦେଇଛନ୍ତି । ଏହା ଜଳ ବ୍ୟବହାରର ଦକ୍ଷତା ବୃଦ୍ଧିଳ ମାଟି ସ୍ୱାସ୍ଥ୍ୟକୁ ପୁନର୍ଜୀବିତ କରିବା, ମାଟିରେ ରସାୟନିକ ଏବଂ
ଜୈବିକ ଗୁଣରେ ପରିବର୍ତନକୁ ରୋକିବାରେ , ଅଣଧାନ ଏବଂ ଉଚ୍ଚମୂଲ୍ୟଯୁକ୍ତ ଫସଲ ଗୁଡିକର ଉପିାଦନ ବୃଦ୍ଧି ତଥା କୃଷକମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି , ପୁଷ୍ଟିକର ସୁରକ୍ଷା ଏବଂ ଆୟ ବୃଦ୍ଧିରେ ସହାୟକ ହେବ । ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ୩ ବର୍ଷରେ ୩.୭ ଲକ୍ଷ ହେକଫର ଧାନ ଫସଲ ଚାଷ ପରେ ପଡିଆ ରହୁଥିବା ଜମିରେ ଡାଲି ଜାତୀୟ ଫସଲ କରାଯିବ । ବୃହତ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧.୫ ଲକ୍ଷ ହେକଫର ଉଚ୍ଚ ଓ ମଧ୍ୟ ଧାନ ଜମିରେ ଅଣଧାନ ଚାଷ କରିବା ଏବଂ ୦.୫ ଏକ୍ଷ ହେକଫର ଜମିରେ ବଜାରର ଚାହିଦା ମୁତାବକ ଦେଶୀ ସୁଗନ୍ଧିତ ଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହକି ବିଶ୍ୱ କପ୍‌ ଉତ୍ସବ: ବାରବାଟୀ ଷ୍ଟାଡିଅମ ସମେତ ପାଞ୍ଚ ସହରରେ ପାଳନ ହେବ

ହକି ବିଶ୍ୱ କପ୍‌ ଉତ୍ସବ: ବାରବାଟୀ ଷ୍ଟାଡିଅମ ସମେତ ପାଞ୍ଚ ସହରରେ ପାଳନ ହେବ

Read More...

୨୦୨୩ ଡିସେମ୍ବର ସୁଦ୍ଧା  ପଦ୍ମପୁରକୁ ଜିଲ୍ଲା ମାନ୍ୟତା

୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page