‘ଇସିଆଇଙ୍କ ନିଯୁକ୍ତି ଫାଇଲ ଦାଖଲ କର’

November 23, 2022, ଦେଶ, , Anupambharat News Bureau


‘ଇସିଆଇଙ୍କ ନିଯୁକ୍ତି ଫାଇଲ ଦାଖଲ କର’
Anupambharat News Bureau
November 23, 2022


ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟା ଫାଇଲ୍‌ ଦାଖଲ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆୟୁକ୍ତ (ଇସିଆଇ)ଙ୍କ କାର୍ଯ୍ୟକାଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ତଳ ସ୍ତରରେ ସ୍ଥିତି ଚିନ୍ତା ଜନକ ରହିଛି । ଇସିଆଇଙ୍କ କାର୍ଯ୍ୟକାଳ କାହିଁକି କମ୍‌ କରାଯାଉଛି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ନିର୍ବାଚନ ଅୟୋଗଙ୍କ କାର୍ଯ୍ୟ ଓ ପାରଦର୍ଶିତା ଉପରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ସର୍ବୋଚ୍ଚ ଅଦାଲତଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ସିଇସିଙ୍କ କାର୍ଯ୍ୟକାଳକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ୨୦୦୭ ପରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାଳ ହ ୍ରାସ କରାଯାଇଛି । ୟୁପିଏ ସରକାରଙ୍କ ଠାରୁ ଆରମ୍ଭ କରି ଏନଡିଏ, ସମସ୍ତେ ସମାନ ଢଙ୍ଗରେ କମିଶନଙ୍କ କାର୍ଯ୍ୟ କରିବା ସମୟକୁ ହ ୍ରାସ କରିଛନ୍ତି ।
ଖଣ୍ଡପୀଠ କହିଛନ୍ତି, ଲୋକତନ୍ତ୍ର ସମ୍ବିଧାନର ମୂଳ ଢାଞ୍ଚା ଅଟେ । ଲୋକତନ୍ତ୍ର ଉପରେ ଆଲୋଚନା କରିହେବ ନାହିଁ । ସଂସଦକୁ କିଛି ଅଲଗା କରିବା ପାଇଁ କୋର୍ଟ କହି ପାରିବେ ନାହିଁ । ହେଲେ ଏହା ଉପରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛୁ, ଯାହା ୧୯୯୦ ମସିହାରୁ ଦାବି ହୋଇ ଆସୁଛି । ନିର୍ବାଚନ ଆୟୋଗ ସଦସ୍ୟ ନିଯୁକ୍ତିରେ ସଂସଦ ସୁଧାର ଆଣିବା ଦରକାର । କାରଣ ପୂର୍ବ ଢାଞ୍ଚା ଇସିଆଇଙ୍କ କାର୍ଯ୍ୟରେ ପ୍ରଭାବ ପକାଉଛି । ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତା ମଧ୍ୟ ପ୍ରଭାବିତ ହେଉଛି । ୧୯୯୧ ଅଧିନିୟମ ଅନୁଯାୟୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବା କଥା, ହେଲେ କାହିଁକି ଏଥିରେ କମ୍‌ କରାଯାଉଛି ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ । ଭାରତର ସମ୍ବିଧାନ, ମୁଖ୍ୟ ର୍ନିବାଚନ ଆୟୋଗ ଓ ଦୁଇ ଜଣ ନିର୍ବାଚନ ଆୟୋଗଙ୍କ କାନ୍ଧରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛ;ି । ତେଣୁ ଟିଏନ୍‌ ଶେଷନଙ୍କ ପରି ଦେଶକୁ ଶକ୍ତ ଓ ଦୃଢ ମୁଖ୍ୟ ନିର୍ବାଚନ ଆୟୋଗ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି ।
ଉଲ୍ଲେଖ ଥାଉକି ଟିଏନ୍‌ ଶେଷନଙ୍କ କାର୍ଯ୍ୟକାଳ ସମୟରେ ନିର୍ବାଚନ ବ୍ୟବସ୍ଥାରେ ସ୍ୱଚ୍ଛତା ଭାବରେ ନିର୍ବାଚନ ପରିଚାଳନା କରିବା ପାଇଁ ଏକ ସଂସ୍କାର ଆସିଛି ବୋଲି ସର୍ବତ୍ର ଆଲୋଚନା କରାଯାଉଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

Read More...

ଆଜିଠୁ ବିଧାନସଭା ଅଧିବେଶନ  :ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଆଜିଠୁ ବିଧାନସଭା ଅଧିବେଶନ :ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page