ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ନକ୍ସଲ

November 26, 2022, ଓଡ଼ିଶା, , Anupambharat News Bureau


ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ନକ୍ସଲ
Anupambharat News Bureau
November 26, 2022


ମାଲକାନଗିରି,୨୬ା୧୧(ଅନୁପମ ମିଡ଼ିଆ): ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି । ସିଆରପିଏଫ୍‌, ଡିଆରଜି ଓ ଏସଫିଏଫ୍‌ ଯବାନଙ୍କ ମିଳିତ ଏନ୍‌କାଉଣ୍ଟର କରାଯାଇଥିଲା । ଏଥିରେ ଚାରି ଜଣ ନକ୍ସଲଙ୍କ ମୃତୁ୍ୟ ଘଟିଛି । ସେମାନଙ୍କ ଭିତରେ ୨ ଜଣ ମହିଳା ରହିଛନ୍ତି । ସୂଚନା ମୁତାବକ, ବିଜାପୁରର ମିରତୁର ଥାନା ଅଞ୍ଚଳ ପମେଡା ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ସୂଚନା ମିଳିଥିଲା । ଯାହାକୁ ଭିତ୍ତି କରି ଗତକାଲି ରାତିରେ ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ । ସତର୍କଥିବା ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଯେଉଁଥିରେ ଚାରି ନକ୍ସଲମାନେ ପ୍ରାଣ ହରାଇଥିଲେ । ତେବେ ମିଳିତ ବାିନୀର ସମ୍ମୁଖିନ ହୋଇ ନପାରି ଅନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ଛତ୍ର ଭଙ୍ଗ ଦେଇଥିବା ନକ୍ସଲଙ୍କ ଭିତରୁ ୩ରୁ ୪ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ବନ୍ଧୁକ ସମେତ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ଅଧିକ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ନେଇ ଏବେବି ସର୍ଚ୍ଚ ଅପରେସନ ଜାରି ରହିଥିବା କୁହାଯାଇଛି । କିଛି ଦିନ ପରେ ମିଳିତ ବାହିନୀଙ୍କୁ ଏକ ବଡ଼ ସଫତଳା ମିଳିଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଶଂସାରେ ପୋତିଲେ ଋାଷ୍ଟ୍ରପତି : ଶିକ୍ଷକ, ଡାକ୍ତର ଓ ଓକିଲ ଲୋକଙ୍କ ପାଇଁ ଭଗବାନ

ପ୍ରଶଂସାରେ ପୋତିଲେ ଋାଷ୍ଟ୍ରପତି : ଶିକ୍ଷକ, ଡାକ୍ତର ଓ ଓକିଲ ଲୋକଙ୍କ ପାଇଁ ଭଗବାନ

Read More...

 ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଅଶ୍ୱିନୀଙ୍କ ସମୀକ୍ଷା :  ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌

ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଅଶ୍ୱିନୀଙ୍କ ସମୀକ୍ଷା : ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page