ସଡକ ଦୁର୍ଘଟଣାରେ ଚାରି ମୃତ

December 03, 2022, ଓଡ଼ିଶା, , Anupambharat News Bureau


ସଡକ ଦୁର୍ଘଟଣାରେ ଚାରି ମୃତ
Anupambharat News Bureau
December 03, 2022


ଡ଼ାବୁଗାଁ, ୩ା୧୨ (ଅନୁପମ ମିଡିଆ): ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅଞ୍ଚଳ ସରାଗୁଡ଼ା ନିକଟରେ ଏକ ହୁଣ୍ଡାଇ କାର ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣ ଯୁବକଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକମାନେ ହେଲେ ନବରଙ୍ଗପୁରର ଶେଖ୍‌ ସଦ୍ଦାମ (୨୫), ରବିନ ସନ ହିଆଲ (୨୬), ସବନ ବେନିଆ( ୨୫) ଓ ପାପଡ଼ାହାଣ୍ଡି ପ୍ରଧାନିଗୁଡ଼ାର ଅନସର୍‌ ଖାନ (୨୪) । ଗୁରୁତର ଯୁବକ ହେଲେ ପାପଡାହାଣ୍ଡିର ସକିବ ଖାନ (୨୫) । ଡ଼ାବୁଗାଁ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତ୍ରରେ ନବରଙ୍ଗପୁରରୁ ଏକ ହୁଣ୍ଡାଇ କାର ନମ୍ବର( ଓଡ଼ି ୧୦ କେ ୭୭୮୬) ଯୋଗେ ୫ ଜଣ ଯୁବକ ଶେଖ୍‌ ସଦ୍ଦାମ୍‌ , ରବିନ ସନ୍‌ ହିଆଲ୍‌, ସବନ୍‌ ନେିଆ, ଶକିବ ଖାନ ଓ ଅନସର ଖାନ ଉମରକୋଟକୁ ତାଙ୍କ ସାଥୀ ରବିନ୍‌ ସନ ହିଆଲଙ୍କୁ ଛାଡ଼ିବାକୁ ଯାଉଥିଲେ । ରବିନ ସନ୍‌ ଉମରକୋଟର ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ଡ଼ାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ନିକଟ ଏକ ବୁଲାଣିରେ ଘନ କୁହୁଡି ଯୋଗୁଁ ରାତ୍ର ପ୍ରାୟ ୧ ଘଣ୍ଟା ସମୟରେ କାର ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ଡ୍ରାଇଭର ଶେଖ୍‌ ସଦ୍ଦାମ, ରବିନ ଓ ସବନ ଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଆହତ ହୋଇଥିବା ପାପଡ଼ାହାଣ୍ଡି ପ୍ରଧାନିଗୁଡ଼ାର ଅନ ସର୍‌ ଓ ପାପଡ଼ାହାଣ୍ଡିର ଶକିବକୁ ଡ଼ାବୁଗାଁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କୋରାପୁଟ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅନସାରଙ୍କ ମୃତୁ୍ୟ ଘଟିଥିଲା ।
୫ ଜଣ ଯୁବକ ମଧ୍ୟରୁ କେବଳ ଜଣେ ପାପଡ଼ାହାଣ୍ଡିର ଶକିବ ଖାନ ବର୍ତ୍ତମାନ ଗୁରୁତର ଅବସ୍ଥାରେ କୋରାପୁଟ ରେ ଚିକିତ୍ସିତ ହେଉଛନ୍ତି । ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ ରହିଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଜି ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଡ଼ାବୁଗାଁ ପୋଲିସ ଏନେଇ ୧୮୮/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା: ଗମ୍ଭୀର ମାମଲାରେ ହେଉନି ଚର୍ଚ୍ଚା: ଉପରାଷ୍ଟ୍ରପତି

ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା: ଗମ୍ଭୀର ମାମଲାରେ ହେଉନି ଚର୍ଚ୍ଚା: ଉପରାଷ୍ଟ୍ରପତି

Read More...

୧୦ ଲକ୍ଷ ୪୮ ହଜାର ୮୦୭ କୋଟିର ନିବେଶ ପ୍ରସ୍ତାବ

୧୦ ଲକ୍ଷ ୪୮ ହଜାର ୮୦୭ କୋଟିର ନିବେଶ ପ୍ରସ୍ତାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page