ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

May 31, 2019, ଓଡ଼ିଶା, , Anupambharat News Bureau


 ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ
Anupambharat News Bureau
May 31, 2019

ବ୍ୟାସନଗର, ୩୦ ।୦୫ (ଅନୁପମ ମିଡ଼ିଆ): ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଠାରେ ରାଜପଥ ଉପରେ ଓଭରବ୍ରିଜ କରାଯାଇଛି । ଏଠାରୁ ୨୦ ନମ୍ବର ଜାତୀୟ ରାଜପଥ ପାଣିକୋଇଲିରୁ ରାଜାମୁଣ୍ଡା ବାହାରିଛି । କେଉଁଝର ବା ରାଉରକେଲା ଅବା କଳିଙ୍ଗନଗର ଶିଳ୍ପାଂଚଳରୁ ଆସୁଥିବା ସମସ୍ତ ଗାଡି ଏହି ଓଭରବ୍ରିଜ ଦେଇ ଯାତାୟତ କରନ୍ତି । କିନ୍ତୁ ଏବେ ଏହି ଓଭରବ୍ରିଜର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶତାଧିକ ଗଛ ଏହି ଓଭରବ୍ରିଜ ଫାଙ୍କରେ ବଢି ଚାଲିଥିବା ବେଳେ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ଫଳରେ ଗଛ ଗୁଡିକ ୬/୭ ପୁଟ ଉଚ୍ଚତାରେ ପହଂଚିଲାଣି । ଗୋଟିଏ କି ଦୁଇଟି ନୁହେଁ ଶତାଧିକ ଗଛ ଓଭରବ୍ରିଜର ଚାରି ପଟେ ବଢି ଚାଲିଛି । ତୁରନ୍ତ ଏହି ଗଛ ଗୁଡିକୁ କଟା ନଗଲେ ଏହା ଆଗାମୀ ଦିନରେ ବଡ ହେବା ସହ ଓଭରବ୍ରିଜର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି କରିବ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

Read More...

ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page