ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି

May 31, 2019, ଦେଶ, , Anupambharat News Bureau


 ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି
Anupambharat News Bureau
May 31, 2019

ନୂଆଦିଲ୍ଲୀ, ୩୧ା୫: ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରୁ ହିଁ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୃଷି ଉପରେ ଆସନ୍ତା ୫ ବର୍ଷ ବିଶେଷ ଗୁରୁତ୍ୱ ଦିଆଯିବ ।
ପ୍ରଧାନମନ୍ତ୍ରୀ କିଷାନ ସ୍କିମକୁ ସବୁ କୃଷକଙ୍କ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍କିମ ଅଧିନରେ ପ୍ରତି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହାୟତା ମିଳିବ । ଏହି ସ୍କିମ ଦ୍ୱାରା ପ୍ରାୟ ୧୪.୫ କୋଟି କୃଷକ ଉପକୃତ ହେବେ । ଏହା ସହିତ ଏକ ନୂଆ କେନ୍ଦ୍ରୀୟ ସ୍କିମ ପ୍ରଧାନମନ୍ତ୍ରୀ କୃଷକ ପେନସନ ଯୋଜନା ଆରମ୍ଭ କରାଯାଇଛି । ଏହି ସ୍କିମରେ କୃଷକ ଯେତିକି ପରିମାଣରେ ନିଜ ପେନସନ ସ୍କିମରେ ରଖିବ ସେତିକି ପରିମାଣରେ ଅର୍ଥ ସରକାର ପ୍ରଦାନ କରିବେ ।
ସେହିପରି ସଂସଦର ବଜେଟ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ସ୍କିମରେ ସହିଦ ହୋଇଥିବା ରାଜ୍ୟ ପୁଲିସ କର୍ମଚାରୀଙ୍କ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଶପଥ ନେବାର କିଛି ଘଣ୍ଟା ନପୂରୁଣୁ ନେଇଛନ୍ତି ବଡ଼ ନିଷ୍ପତ୍ତି । ଜାତୀୟ ପ୍ରତିରକ୍ଷା ଫଣ୍ଡ ଅଧୀନରେ ନକ୍ସଲ ଏବଂ ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ପିଲାଙ୍କୁ ଦିଆଯାଉଥିବା ବୃତ୍ତିର ପରିମାଣ ବୃଦ୍ଧି କରାଯାଇଛି । ଏଥିସହ ଏଥିରେ ରାଜ୍ୟସ୍ତରରେ ନିୟୋଜିତ ପୁଲିସ୍‌ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ବର୍ତ୍ତମାନ ସହିଦଙ୍କ ପୁଅଙ୍କ ପାଇଁ ଏବଂ ଝିଅଙ୍କ ପାଇଁ ଦିଆଯାଉଥିବା ବୃତ୍ତିରେ ଯଥାକ୍ରମେ ୨୫% ଏବଂ ୩୩% ବୃଦ୍ଧି କରାଯାଇଛି । ଫଳରେ ସହିଦଙ୍କ ପୁଅଙ୍କୁ ୨ ହଜାର ଟଙ୍କା ବଦଳରେ ୨୫୦୦ ଟଙ୍କା ଏବଂ ଝିଅଙ୍କୁ ୨,୨୫୦ ବଦଳରେ ୩ ହଜାର ଟଙ୍କା ମିଳିବ । ଏହି ନିଷ୍ପତ୍ତି ନିଆଯିବା ପରେ ମୋଦି ଟ୍‌ୱିଟ୍‌ କରି ଜଣାଇଛନ୍ତି, ଆମ ସରକାରଙ୍କ ପ୍ରଥମ ନିଷ୍ପତ୍ତି ସେଇମାନଙ୍କ ପାଇଁ ଯେଉଁମାନେ ଆମ ଦେଶର ସୁରକ୍ଷା ଭାର ସମ୍ଭାଳୁଛନ୍ତି । ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଆତଙ୍କବାଦ କିମ୍ବା ନକ୍ସଲ ଆକ୍ରମଣରେ ସହିଦ ପୁଲିସ୍‌ କର୍ମଚାରୀଙ୍କୁ ମଧ୍ୟ ଏହିଁ ଯୋଜନାରେ ସାମିଲ କରାଯାଇଛି । ଏଥିରେ ଉଭୟ ଆତଙ୍କବାଦ କାର୍ଯ୍ୟକଳାପ ଏବଂ ନକ୍ସଲ ଆକ୍ରମଣ ଭଳି ଘଟଣାରେ ସହିଦ ହୋଇଥିବା ପୁଲିସ୍‌ଙ୍କ ପରିବାରକୁ ସାମିଲ କରାଯାଇଛି । ପୂର୍ବରୁ ସହିଦ ତୁକାରାମ ଓମ୍ବଲେଙ୍କ ଭଳି ପୁଲିସ୍‌ ଅଧିକାରୀଙ୍କ ପିଲାମାନେ ଏହି ବୃତ୍ତି ପାଉନଥିଲେ । ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ସରକାରର ପ୍ରଥମ କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ଫଳରେ ଆତଙ୍କବାଦୀ ଏବଂ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ପୁଲିସ୍‌ଙ୍କ ପରିବାରକୁ ମଧ୍ୟ ସହାୟତା ମିଳିପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଆଜି ବାଚସ୍ପତି ନିର୍ବାଚନ

ଆଜି ବାଚସ୍ପତି ନିର୍ବାଚନ

Read More...

  ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page