ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ

June 02, 2019, ଓଡ଼ିଶା, , Anupambharat News Bureau


ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ
Anupambharat News Bureau
June 02, 2019

ପିପିଲି,୨ ।୬(ଅନୁପମ ମିଡ଼ିଆ): ପିପିଲି ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ତଥା ପିପିଲି ସାମ୍ବାଦିକ ସଙ୍ଘର ଉପ ସଭାପତି ମନୋରଂଜନ ମହାପାତ୍ର ଓ ତାଙ୍କ ଭଉଣୀ ଲକ୍ଷ୍ମୀଙ୍କୁ ଆଜି ଅପରାହ୍ନ ସାଢେ ଗୋଟାଏ ବେଳେ ପିପିଲି ଥାନା ସଁପୁର ଗାଁରେ ଆକ୍ରମଣ ହୋଇଥିବା ତାଙ୍କ ଭଉଣୀ ଲକ୍ଷ୍ମୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଲକ୍ଷ୍ମୀଙ୍କ ଅଭିଯୋଗ ମୁତାବକ ସେ ଏବଂ ଭାଇ ମନୋରଂଜନ ନିଜ ଆଈଙ୍କୁ ସଁପୁରସ୍ଥିତ ଘରକୁ ଛାଡ଼ିବାକୁ ଯାଇଥିଲେ । ବାତ୍ୟାରେ ତାଙ୍କର ଘର ଭାଙ୍ଗି ଯାଇଥିବାରୁ ଆଜି ଉକ୍ତ ଭଙ୍ଗାଘର ତଦନ୍ତ ହେବାର ଥିଲା । ତେବେ ସଁପୁର ଗାଁରେ ପହଁଚିବା ପରେ ଉକ୍ତ ଗାଁର ଦୁର୍ଯ୍ୟଧନ ଖଟୋଇ ଓ ଦୁଃସାଶନ ଖଟୋଇ ହଠାତ ତାଙ୍କ ପାଖରେ ପହଁଚି ଲକ୍ଷ୍ମୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଟଣା ଓଟରା କରିବା ସହ ତାଙ୍କର ଡ୍ରେସ ଚିରିଦେଇଥିଲେ । ମନୋରଂଜନ ଏହାର ପ୍ରତିବାଦ କରିବାରୁ ଦୁଇ ଅଭିଯୁକ୍ତ ମନୋରଂଜନଙ୍କ ତଂଟି ଚିପି ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାକୁ ସ୍ଥାନୀୟ ବୁଦ୍ଧିଜିବୀମାନେ ତୀବ୍ର ନିନ୍ଦା କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି ଓ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳାଙ୍କୁ ବିକ୍ରି ଅଭିଯୋଗ

ମହିଳାଙ୍କୁ ବିକ୍ରି ଅଭିଯୋଗ

Read More...

ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page