ନବରଙ୍ଗପୁର,୪ା୬ (ଅନୁପମ ମିଡିଆ): ନବରଙ୍ଗପୁର ଜିଲାର ୨ ଜଣ ୧୦ମ ଶ୍ରେଣୀ ଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇ ସୋମବାର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଛାତ୍ରୀ ୨ ଜଣ ହେଲେ ଇପସିତା ଦାଶ ଓ ମିତା ହରିଜନଛ ଟାଟାଷ୍ଟିଲ ପକ୍ଷରୁ ହୋଇଥିବା ୟଙ୍ଗ ଆଷ୍ଟ୍ରନମର ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇସ୍ରୋ ଯିବା ପାଇଁ ସେମାନେ ମନୋନୀତ ହୋଇଥିଲେ । ଆସନ୍ତା ୫,୬,୭ ଓ ୮ ତାରିଖରେ ଇସ୍ରୋଠାରେ ବୈଜ୍ଞାନିକଙ୍କ ସହ ଭାବ ବିନିମୟ କରିବେ । ଏଥି ସହ ଛାତ୍ରୀମାନଙ୍କ କିଛି ପ୍ରଶ୍ନର ଉତ୍ତର ବୈଜ୍ଞାନିକମାନେ ଦେବା ସହ ଭାରତୀୟ ବୈଜ୍ଞାନିକ ପଦ୍ଧତି ବିଷୟରେ ଜାଣିବାର ସୁଯୋଗ ସେମାନେ ପାଇବେ ।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ମିରଗାନଗୁଡା ଗାଁର ଦୁର୍ଗା ମାଧବ ଦାଶଙ୍କ ଝିଅ ଇ«ିତା ଦାଶ ଏବେ ନବରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତିି । ସେହିଭଳି ପାପଡାହାଣ୍ଡି ବ୍ଲକ ବରଦେଇ ଗାଁର ଲଛମନ ହରିଜନଙ୍କ ଝିଅ ମିତା ହରିଜନ ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୧୦ମ ଶ୍ରେଣୀରେ ପଢୁଛନ୍ତି । ୨୦୧୮ ଅଗଷ୍ଟ ମାସରେ ୟଙ୍ଗ ଆଷ୍ଟ୍ରନମର ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ଆଗାମୀ ୫୦ ବର୍ଷ ମଧ୍ୟରେ ମହାକାଶର ପରିକଳ୍ପନା ବିଷୟବସ୍ତୁ ଉପରେ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ସେଥିରେ ସେମାନେ ଭାଗ ନେଇଥିଲେ । ରାଜ୍ୟର ୬୦ ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ । ପରେ ଡିସେମ୍ବର ୨୦୧୮ରେ ଭୁବନେଶ୍ୱର ପଠାଣୀ ସାମନ୍ତ ଅଡିଟୋରିୟମ ଠାରେ ମୌଖିକ ପରୀକ୍ଷା ହୋଇଥିଲା । ପ୍ରତ୍ୟେକଙ୍କୁ ୫ଟି ଲେଖାଏଁ ପ୍ରଶ୍ନ ପଚରା ଯାଇଥିଲା । ସେଥିରେ ରାଜ୍ୟର ୨୦ ଜଣ କୃତିତ୍ୱ ହେବା ପରେ ମାନପତ୍ର ସହ କିଛି ବହି ପ୍ରଦାନ କରାଯାଇଥିଲା । ରାଜ୍ୟର ୨୦ ଜଣଙ୍କ ମଧ୍ୟରେ ଇ«ିତା ଓ ମିତା ରହିଥିଲେ । ୨ଛାତ୍ରୀଙ୍କ କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ଜିଲାବାସୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭବିଷ୍ୟତରେ ବୈଜ୍ଞାନିକ ହେବାର ସ୍ୱପ୍ନ ରହିଛି ବୋଲି ଇ«ିତା ଓ ମିତା କହିଛନ୍ତି ।