ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

June 07, 2019, ଓଡ଼ିଶା, , Anupambharat News Bureau


ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ
Anupambharat News Bureau
June 07, 2019

ଭଦ୍ରକ, ୭ା୬ (ଅନୁପମ ମିଡିଆ): ଡଙ୍ଗାବୁଡି ଘଟଣା ରାଜ୍ୟର ଚିର ସହଚର ପାଲଟିଛି । କୈାଣସି କାମଧନ୍ଦା ହେଉ ଅଥବା ଜରୁରୀ କାମରେ ବାହାରିଥିବା ପରିବାରବର୍ଗଙ୍କ ଏପରି ଖବରପାଇ ଆଶା ଆଶଙ୍କାରେ ପରିବାର ଓ ସଂପର୍କିୟ । ତେଣେ ବିକାଶର ନାରା ପିଟୁଥିବା ସରକାର ଏସଂପର୍କରେ ଅବଗତ ଥିଲେ ଜାଣି ଅଜଣା ଏବେବି ନିର୍ମାଣ କରାଯାଇପାରୁନି ନଦୀ ଉପରେ ସେତୁ ।
ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ନାହିଁ କୈାଣସି ସୁରକ୍ଷା ବ୍ୟବସ୍ଥା । ସ୍ୱାଧୀନତାର ଅନେକ ବର୍ଷ ପରେ ଏହି ଧାରା ଚାଲିଆସୁଥିବା ବେଳେ ନଜର ନାହିଁ ପ୍ରଶାସନର କି ଆନ୍ତରିକତା ନାହିଁ ରାଜନେତାମାନଙ୍କର । ନିର୍ବାଚନ ଆସିଲେ ପ୍ରତିଶୃତିର ପାହାଡ ଦେଇଚାଲୁଥିବା ରାଜନେତା ନିର୍ବାଚନ ପରେ ରାତିର ଅହେତୁକ ସ୍ୱପ୍ନ ବୋଲି ଧରିନେଇଥାନ୍ତି । ମିଳିଥିବା ସୂଚନା ଅନୁଯାଇ, ଜିଲ୍ଲାର ବାସୁଦେବପୁର-ଚାନ୍ଦବାଲିକୁ ସଂଯୋଗ କରୁଥିବା ଚାରିବାଟିଆ ଘାଟ ନିକଟରେ ଡଙ୍ଗାବୁଡି ଘଟଣା ଘଟିଛି ।
ଡଙ୍ଗାଟି ମୋଟ ୩୦ ଜଣ ଯାତ୍ରୀମାନଙ୍କୁ ନେଇ ମନ୍ତେଇନଦୀ ପାରି ହେଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିଥିବା ଡଙ୍ଗାରେ ୮ ଗୋଟି ମୋଟରସାକେଲ , ୬ଗୋଟି ସାଇକେଲ , ମହିଳା ୬ଜଣ, ଛୋଟପିଲା ୩ଜଣ ଓ ପୁରୁଷ ୨୧ଜଣଙ୍କୁ ନେଇ ନଦୀ ପାରି ହେଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତେବେ ଏହି ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ସହ ୮ଗୋଟି ମୋଟରସାଇକେଲ ଓ ୬ଗୋଟି ଗୋଟି ସାଇକେଲକୁ ଉଦ୍ଧାର କରିଥିବା ଜାଣିବାକୁ ମିଳିଛି । ସୂଚନା ଦିଆଯାଇପାରେ, ଏହି ମନ୍ତେଇ ନଇରେ କୁମ୍ଭୀର ଭୟ ରହିଥିଲେହେଁ ସେଥିକୁ ଖାତିର ନକରି ସ୍ଥାନୀୟ ଲୋକେ ଯାର୍ତୀମାନଙ୍କୁ ଉ୍‌ଦ୍ଧାର କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ,   ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ, ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

Read More...

ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌,   ବିଧାୟକଙ୍କ ନାଁରେ ମାମଲା ରୁଜୁ

ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌, ବିଧାୟକଙ୍କ ନାଁରେ ମାମଲା ରୁଜୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page