ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

June 07, 2019, ଓଡ଼ିଶା, , Anupambharat News Bureau


ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ
Anupambharat News Bureau
June 07, 2019

ବ୍ୟାସନଗର,୭ ।୬(ଅନୁପମ ମିଡ଼ିଆ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର୨୨ ବର୍ଷୀୟ ପ୍ରତିମା ଦାସଙ୍କର କାହାଣୀ ହୁଏତ ଅଲଗା ହୋଇଥାଆନ୍ତା ଯଦି ସେଦିନ ଟାଟା ଷ୍ଟିଲ ଚିକିତ୍ସା ଦଳ ସମୟୋଚିତ ପଦକ୍ଷେପ ନେଇ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିବା ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିନଥାନ୍ତେ ।ଟାଟା ଷ୍ଟିଲ ଚିକିତ୍ସା ଦଳଙ୍କ ନିୟମିତ ଗ୍ରାମ ପରିଦର୍ଶନ ସମୟରେ ସୌଭାଗ୍ୟବସତଃ ଉକ୍ତ ପରିବାରକୁ ସେମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଥିଲା । ଏହିଠାରୁ ହିଁ ପ୍ରତିମାଙ୍କ ସମ୍ପୁର୍ଣ୍ଣ ରୂପେ ଆରୋଗ୍ୟ ଲାଭ କରିବାର କାହାଣୀ ହିଁ ଆରମ୍ଭ ହୋଇଥିଲା ।୨୦୧୮ ମସିହା ଜୁନ ମାସରେ ପ୍ରତିମା ରୋଷେଇ ଘରେ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ତାଙ୍କ ଶାଢୀରେ ନିଆଁ ଲାଗିବା ଯୋଗୁଁ ତାଙ୍କ ଶରୀରର ପଛ ପଟ ଯଥା ନିତମ୍ବ ଓ ଉଭୟ ଜଙ୍ଘରଅଧିକାଂଶ ଭାଗ ପୋଡ଼ିଯାଇଥିଲା । ନିତମ୍ବ ଓ ଭଭୟ ଜଙ୍ଘର ଚମଡ଼ା ସମ୍ପୁର୍ଣ୍ଣ ରୂପେ ପୋଡ଼ିଯାଇଥିବାବେଳେ ଏହା ତଳେ ଥିବା ମାଂସପେଶୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । କିଛି ଯାଗାରେ ତଳେ ଥିବା ହାଡ଼ ମଧ୍ୟ ଦେଖାଯାଉଥିଲା । ସ୍ୱାମୀ ବଳରାମ ଦାସ ତାଙ୍କୁ ତରୁନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର୍ରରେ ପୋଡ଼ିଯାଇଥିବା ରୋଗୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ଓ ବଡ଼ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଅର୍ଥଭାବ କାରଣରୁ ସେ ତାଙ୍କ ପତ୍ନୀକୁ ନେଇ ଘରକୁ ଫେରିଯାଇଥିଲେ । ଅଳ୍ପ କିଛି ଦିନ ମଧ୍ୟରେ ପ୍ରତିମାଙ୍କ ପୋଡ଼ିଯାଇଥିବା ସ୍ଥାନରେ ସଂକ୍ରମଣ ହେବା ସହିତ ପୁଜ ବାହାରିବା ଆରମ୍ଭ ହୋଇଥିଲା । ଶରୀରର ପଛ ଭାଗ ସମ୍ପୁର୍ଣ୍ଣ ରୂପେ ପୋଡ଼ିଯାଇଥିବାରୁ ଅସହ୍ୟ ଯନ୍ତ୍ରଣା ହେବା ସହିତ ଏଥିରୁ କୌଣସି ପ୍ରକାର ଆଶ୍ୱସ୍ତି ମିଳିବାର ସମ୍ଭାବନା ମଧ୍ୟ ଦେଖାଯାଉନଥିଲା । ଏହି ସମୟରେ ଶଯ୍ୟାଶାୟୀ ପତ୍ନୀଙ୍କୁ ଦେଖିବା ପାଇଁ ବଳରାମ ଚିକିତ୍ସା ଦଳକୁ ତାଙ୍କ ଘରକୁ ଡାକିଥିଲେ । ଟାଟା ଷ୍ଟିଲ ପ୍ରତିମାଙ୍କ ପୋଡ଼ିଯାଇଥିବା ଆଘାତର ଗୁରୁତ୍ୱକୁ ଅðନୁଭବ କରିବା ସହିତ ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ପୀଡ଼ିତାଙ୍କ ଘରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରତିମାଙ୍କ ଚିିକିତ୍ସା କରୁଥିବା ତଥା ଟାଟା ଷ୍ଟିଲ ମେଡ଼ିକାଲ୍‌ ଟିମର ଡଃ ଅଭିନାଶ ଚୌହ୍ୱାନ କୁହନ୍ତି ନ୍ତଏହା ଏକ ଗୁରୁତର ଅଘାତ ଯେଉର୍ଥିରେ କି ତାଙ୍କର ପଛଭାଗ ସମ୍ପୁର୍ଣ୍ଣ ଭାବେ ଜଳିବା ସହିତ ହାଡ଼ ମଧ୍ୟ ଦେଖାଯାଉଥିଲା । ପୀଡ଼ାତାଙ୍କ ଚିକିତ୍ସା ତୁରନ୍ତ କରାଯାଇନଥିଲେ, ହୁଏତ ଏହା ଜୀବନଘାତକ ହୋଇଥାନ୍ତାନ୍ତ । ଆଘାତ ସ୍ଥାନ ଯେପରି ଅଧିକ ସଂକ୍ରମିତ ନହେବ ସେଥିପାଇଁ ପ୍ରତିମାଙ୍କୁ ଘରେ ଅଲଗା ରଖାଯାଇଥିଲା ।
କେବଳ ସ୍ୱାମୀ ବଳରାମ ଓ ତାଙ୍କୂ ଶୌଚରେ ସହଯୋଗ ପାଇଁ ପଡ଼ିଶା ଘରର ଜଣେ ମହିଳାଙ୍କୁ ତାଙ୍କ କକ୍ଷରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ଟାଟା ଷ୍ଟିଲ ଚିକିତ୍ସା ଦଳ ପକ୍ଷରୁ ନିୟମିତ ଭାବେ ୫ ମାସର ଚିିକିତ୍ସା ପରେ ପ୍ରତିମା ଏବେ ସମ୍ପୁର୍ଣ୍ଣ ରୂପେ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ସେ ଘରେ ନିଜର ସମସ୍ତ ପାରିବାରିକ କାର୍ଯ୍ୟ କରିପାରୁଛନ୍ତି । ଗୋଷ୍ଠୀ ଓ ଶିଳ୍ପ କିଭଳି ଏକାଠି କାମ କରିପାରିବେ, ଏହା ହେଉଛି ତାହାର ଉଦାହରଣ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଶା କବଳରେ ଅସହାୟ ଶୈଶବ,  ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

ନିଶା କବଳରେ ଅସହାୟ ଶୈଶବ, ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

Read More...

ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page