ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

June 08, 2019, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ
Anupambharat News Bureau
June 08, 2019

ବ୍ରହ୍ମପୁର,୭ ।୬(ଅନୁପମ ମିଡ଼ିଆ) :ବ୍ରହ୍ମପୁରରେ ବହୁ ବେଆଇନ ନସିଂହୋମ ଚାଲିଥିବା ବେଳେ ଦୀର୍ଘ ଦିନ ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଂଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଆଜି କେତେକ ନର୍ସିଂହୋମରେ ଡ୍ରଗ ଇନ୍ସପେକଫର, ମାଜିଷ୍ଟ୍ରେଟ,ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଚଢ଼ାଉ କରାଯାଇ ବହୁ ବେଆଇନ କାରବାର ଧରାପଡିଥିବା ସୂଚନା ମିଳିଛି ।
ଆଜି ନୂଆବସଷ୍ଟାଣ୍ଡ ବ୍ରହ୍ମପୁର ନିକଟରେ ଥିବା ସାଇସୁଧା ନର୍ସିହୋମ ଏବଂ ଆସ୍ଥା ହସ୍ପିଟାଲରେ ବ୍ରହ୍ମପୁର ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଦୟାମୟ ପାଢ଼ୀ, ଡ୍ରଗ ଇନ୍ସପେକଫର ଦେବାଶୀଷ କାଲେଟ , ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ଅଶୋକ କୁମାର ପାଢ଼ୀଙ୍କ ସହଯୋଗରେ ଚଢ଼ାଉ କରାଯାଇଥିଲା । ସେହିପରି ଜିଲ୍ଲା ଚିକିତ୍ସା ଅଧିକାରୀ (ଭେଷଜ)ଡ.ପି କୁର୍ମୟାଙ୍କ ନେତୃତ୍ୱରେ ସହକାରୀ ଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ବିନୋଦ କୁମାର ବେହେରା ଓ ଉପଜିଲ୍ଲାପାଳ ବ୍ରହ୍ମପୁର କାର୍ଯ୍ୟାଳୟରେ କନିଷ୍ଠ କିରାଣୀ କାଳୁ ପ୍ରଧାନଙ୍କ ସହଯୋଗରେ ବ୍ରହ୍ମପୁର ନୂଆବସଷ୍ଟାଣ୍ଡ ଥିବା ସାହାରା ସେବାସଦନ ଓ ଯଶୋଦା ନସିଂହୋମ୍‌ରେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସରକାରଙ୍କ ନିର୍ଦ୍ଧାରଣ ଗାଇଡ ଲାଇନ ପ୍ରକାରେ ଠିକ ଭାବରେ ନର୍ସିଂହୋମ ମାନଙ୍କ ସୁପରିଚାଳନା ହେଉନଥିବା, ପଞ୍ଜିକରଣ ନବୀକରଣ ବର୍ଷ ବର୍ଷ ଧରି ହୋଇନଥିବା ଦେଖାଦେଇଛି । ସେହିପରି ଅଗ୍ନିନିର୍ବାପକ ଯନ୍ତ୍ର ସ୍ଥାପନ, ଜୈବ୍ୟ ବର୍ଜ୍ୟ ବସ୍ତì ପରିଚାଳନା , ବିଦୁ୍ୟତ ନିରାପତ୍ତା, ସଠିକ ପରିଚାଳନା ଏବଂ ନର୍ସିଂହୋମ କର୍ମଚାରୀଙ୍କ ଡ୍ରେସକୋର୍ଡ, ପରିଚୟ ପତ୍ର ନଥିବାର ବି ଦେଖାଯାଇଛି । ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବହୁ ବିଧ ଯୋଜନା କରାଯାଉଥିବାବେଳେ ଘରୋଇ ନର୍ସିଂହୋମ ଗୁଡିକ ଏ କ୍ଷେତ୍ରରେ ନାନା ବିଭ୍ରାଟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ନର୍ସିଂହୋମ ଗୁଡିକୁ ନିୟମାନୁଯାୟୀ ପରିଚାଳନା ନେଇ ତାଗିଦ କରାଯିବା ସହ ଜିଲ୍ଲା ପ୍ରଶାସନ ନିକଟରେ ପଞ୍ଜିକରଣ,ନବୀକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ପହଞ୍ଚିବା ପାଇଁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

Read More...

ନିଶା କବଳରେ ଅସହାୟ ଶୈଶବ,  ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

ନିଶା କବଳରେ ଅସହାୟ ଶୈଶବ, ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page