ଆଉ କେତେ ମଲେ ଚେତିବ ପ୍ରଶାସନ ?

June 11, 2019, ଓଡ଼ିଶା, , Anupambharat News Bureau


ଆଉ କେତେ ମଲେ ଚେତିବ ପ୍ରଶାସନ ?
Anupambharat News Bureau
June 11, 2019

ଅନୁଗୋଳ,୧୧ା୬(ଅନୁପମ ମିଡିଆ): ଗୋଟିଏ ଦିନରେ ୪ ଜଣ ନବଜାତ ଶିଶୁଙ୍କ ପ୍ରାଣବାୟୁ ଉଡ଼ିଗଲା । ମୁଖ୍ୟ ଚିକିସିାଳୟର ନବଜାତ ଶିଶୁ ଯତ୍ନ ବିଭାଗ (ଏସ୍‌ଏନ୍‌ସିୟୁ)କୁ ଚିକିସିା ପାଇଁ ଭର୍ତ୍ତି କରିଥିଲେ । ସେମାନଙ୍କ ପରିଜନ । ମାତ୍ର ଉପଯୁକ୍ତ ଚିକିସିା ସେବା ଦିଆଯାଇ ପାରିଲାନାହିଁ । ବିଡ଼ମ୍ବନାର ବିଷୟ ଏହି ଯେ, ଅନୁଗୋଳ ଜିଲା ମୁଖ୍ୟ ଚିକିସିାଳୟ କର୍ତ୍ତୃପକ୍ଷଙ୍କ ଚେନା ପଶିନାହିଁ । ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଛନ୍ତି । ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପରେ ପଡ଼ି ନଥିବା ମନେ ହେଉନାହିଁ । ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସବୁ ପିଲାଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଥିବାରୁ ସେମାନଙ୍କୁ କଟକ ରେଫର କରାଯାଇଥିଲା । ପିତାମାତା କଟକ ନେବାକୁ ନଚାହିଁବାରୁ ସେମାନଙ୍କ ରିକ୍ସରେ ଏଠାରେ ଚିକିସିା କରାଯାଉଥିବା କୁହାଯାଉଛି । ପ୍ରଶ୍ନ ଉଠୁଛି ଯେ, ଏସ୍‌ଏନ୍‌ସିୟୁରେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ଦିଗରେ କଣ ପାଇଁ ପଦକ୍ଷେପ ନିଆଯାଉନାହିଁ । ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୂରଦୁଷ୍ଟିର ଅଭାବ ତଥା ସମସ୍ୟା ପ୍ରତି ଅଣଦେଖାର ପରିଣମ ଏଠାକୁ ନିଜ ନବଜାତ ସନ୍ତାନଙ୍କୁ ଚିକିସିା କରିବାକୁ ଆସୁଥିବା ନମ୍ପତିଙ୍କୁ ଭୋଗିବାକୁ ପଡ଼ୁଛି । ଏସ୍‌ଏନ୍‌ସିୟୁରେ ଗୋଟିଏ ଶଯ୍ୟାରେ ୨/୩ ଜଣ ନବଜାତ ଶିଶୁଙ୍କୁ ରଖି ଚିକିସିା କରାଯାଉଛି । ଅଧିକାଂଶ ଦିନ ୩୦ରୁ ବି ଅଧିକ ଶିଶୁ ଏଠାକୁ ଚିକିସିା ପାଇଁ ଆସୁଥିବା ବେଳେ ମାତ୍ର ୧୨ଟି ଶଯ୍ୟା ରଖାଯାଇଛି । ଏସ୍‌ଏନ୍‌ସିୟୁର ବିଭାଗୀୟ ମୁଖ୍ୟ ଡ଼ାକ୍ତରଙ୍କୁ ପଚାରିବାରୁ ଆସନ୍ତା ମାସ ବିଭାଗୀୟ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହେବ । ଆଲୋଚନା ପରେ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀ ଯୋଗାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଡ଼ାକ୍ତର କହିଛନ୍ତି । ଅପରପକ୍ଷରେ ଏହି ଘଟଣାକୁ ନେଇ ବିଜେପି ନେତା ଦିଲୀପ ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ଏସ୍‌ଏନ୍‌ସିୟୁ ପାଇଁଅନିବାର୍ଯ୍ୟ ଥିବା ଭେଣ୍ଟିଲେଟର କିମ୍ବା ସି-କେପ୍‌ ମେସିନ, ନବଜାତ ଶିଶୁମାନଙ୍କ ଜଣ୍ଡିସର ମାତ୍ରା ମାପିବା ଉପକରଣ ବିଲିରୁ ବିନୋମିଟର, ଗ୍ୟାସ, ରକ୍ତ ଆଦି ମାପିବା ପାଇଁ ଉର୍ଦ୍ଦିଷ୍ଟ ଏବିଜି (ଆନାଲେସିସ୍‌ ଅଫ୍‌ ବ୍ଲଡ଼ ଆଣ୍ଡ ଗ୍ୟାସ୍‌) ମେସିନ ନ ରହିବା ପରିତାପର ବିଷୟ ବୋଲି କହିଛନ୍ତି । ଜିଲା ଖଣିଜ ପାଣwିରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଛି । ସରକାର ତୁରନ୍ତ ଏହାକୁ ବ୍ୟବସ୍ଥା କର;ୁ, ନହେଲେ ଜିଲା ଖଣିଜ ପାଣwିରୁ ଏସବୁ ଯନ୍ତ୍ରପାତି କ୍ରୟ ସହିତ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉ । ଶୀଘ୍ର ଏ ଦିଗରେ ପଦକ୍ଷେପ ନହେଲେ ଆଗାମୀ ଦିନରେ ବିଜପେି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲା ବିଜେପିର ଓବିସି ମୋର୍ଚ୍ଚା ସଭାପତି ଦିଲୀପ ପ୍ରଧାନ ସର୍ତକ କରାଇ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

Read More...

ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା

ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page