ଭାରତକୁ ଧମକ ଦେଲା ପାକିସ୍ତାନ

June 14, 2019, ବିଦେଶ, , Anupambharat News Bureau


ଭାରତକୁ ଧମକ ଦେଲା ପାକିସ୍ତାନ
Anupambharat News Bureau
June 14, 2019

ଇସ୍ଲାମାବାଦ: ଆଲୋଚନା ପାଇଁ ଭାରତକୁ ବାରମ୍ବାର ନିବେଦନ କରୁଥିବା ପାକିସ୍ତାନ ଆଜି ନୂଆଦିଲ୍ଲୀକୁ କଡ଼ା ଧମକ ଦେଇଛି । ଭାରତ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ହ୍ୟାଙ୍ଗ ଓଭର୍‌ରୁ ବାହାରି ପାରିନାହିଁ । ଆମେ ଭାରତ ପଛରେ ଆଲୋଚନା ପାଇଁ ଗୋଡ଼ାଇ ପାରିବୁ ନାହିଁ ବୋଲି ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ କହିଛନ୍ତି । କୁ୍ୟରେସୀ ଏସ୍‌ସିଓ ସମ୍ମିଳନୀ ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି, ଭାରତ ସରକାର ଏବେ ବି ନିର୍ବାଚନ ମାହୋଲରୁ ବାହାରି ପାରୁନାହାନ୍ତି । ଭାରତ ସରକାର ଭାବୁଛନ୍ତି, ପାକିସ୍ତାନ ସହ ଆଲୋଚନା କଲେ ଏହା ସେମାନଙ୍କ ଭୋଟ ବ୍ୟାଙ୍କ୍‌କୁ ପ୍ରଭାବିତ କରିବ । ବିଜେପି ନେତୃତ୍ୱଧୀନ ସରକାର ହିନ୍ଦୁତ୍ୱବାଦକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଆଧାର କରି ସେମାନେ ନିର୍ବାଚନ ଜିତିଛନ୍ତି । ଆମେ ଏଠାରେ ମୋଦି ଓ ଇମ୍ରାନ୍‌ ଖାନ୍‌ଙ୍କ ମଧ୍ୟରେ ବୈଠକ ହେବା ଲକ୍ଷ୍ୟରେ ଆସିନାହୁଁ । ଆମେ ଆଉ ଭାରତ ପଛରେ ଆଲୋଚନା ପାଇଁ ଗୋଡ଼ାଇ ପାରିବୁ ନାହିଁ । ଯଦି ଭାରତ ଆଲୋଚନା କରିବାକୁ ଚାହୁଁଛି, ତା’ହେଲେ ଏଥିପାଇଁ ଦ୍ୱାର ଖୋଲା ରହିଛି । ସେ ଆହୁରି କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ଆକଶ ମାର୍ଗରେ ଯିବାକୁ ଆମେ ଅନୁମତି ଦେଇଥିଲୁ । ହେଲେ ଭାରତ ସରକାର ଏହାକୁ ବ୍ୟବହାର ନ କରି ଅଧିକ ଦୂରତା ବିଶିଷ୍ଟ ରାସ୍ତାରେ ଯାତାୟାତ କଲେ । ଆମେ କେବଳ ବିଶ୍ୱକୁ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛୁ, ପାକିସ୍ତାନ ସର୍ବଦା ଶାନ୍ତି ସ୍ଥାପନ କରିବାକୁ ଚାହେଁ । କେବଳ ପାକିସ୍ତାନରେ ନୁହେଁ ପଡ଼ୋଶୀମାନଙ୍କ ସହ ମଧ୍ୟ ପାକିସ୍ତାନ ଉତ୍ତମ ସମ୍ପର୍କ ରଖିବାକୁ ସର୍ବଦା ଆଗ୍ରହୀ ରହିଛି । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜସ୍ତାନରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଯୋଗଦେଇ ଆତଙ୍କବାଦ ଓ ପାକିସ୍ତାନକୁ ଟାର୍ଗେଟ କରିଥିଲେ । ଏହି ଘଟଣା ପରେ ଆଜି କୁ୍ୟରେସୀ ଭାରତକୁ ଟାର୍ଗେଟ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

Read More...

ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page