ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

June 14, 2019, ଓଡ଼ିଶା, , Anupambharat News Bureau


ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା
Anupambharat News Bureau
June 14, 2019

କବିସୂର୍ଯ୍ୟନଗର,୧୪ା୬(ଅନୁପମମିଡ଼ିଆ): ବାପାର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ଦୁଇ ଝିଅ ଆତ୍ମହତ୍ୟା ଭଳି ଚରମପନ୍ଥା ଆପଣାଇଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଲୋମଟାଙ୍କୁରା ଘଟଣା ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାର ଗୁଡ଼ିଆଳିରେ ଘଟିଛି ।
ମିଳିଥିବା ସୂଚନାନୁଯାୟୀ ଗୁଡ଼ିଆଳର ପଦ୍ମନାଭ ଭୂୟାଁଙ୍କ ଦୁଇ ଝିଅ ଦୀପା(୧୬) ଏବଂ ଗୀତା (୧୨) ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କବିସୂର୍ଯ୍ୟନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କ ଶବ ଉଦ୍ଧାର କରି ଆସିକା ଏବଂ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇଥିଲେ । ତେବେ ଦୁଇ ଝିଅ ଏଭଳି ହଠାତ୍‌ ଆତ୍ମହତ୍ୟା ଘଟଣାକୁ ନେଇ ଗ୍ରାମରେ ଚର୍ଚ୍ଚା ହେଉଛି ଯେ, ବାପା ପଦ୍ମନାଭ ସେମାନଙ୍କୁ ନିର୍ଯାତନା ଦେଇ ଆସୁଥିଲା । ଏପରିକି ଜନ୍ମକଲା ବାପା ଦୁଇ ଝିଅକୁ କୌଣସି ସ୍ଥାନରେ ବିକ୍ରି କରିବାକୁ ଉଦ୍ୟମ କରିଥିଲା । ଏନେଇ ସେମାନେ ଗ୍ରାମର କିଛି ଲୋକଙ୍କ ଆଗରେ ପ୍ରକାଶ କରିଥିଲେ । ଏହାକୁ ନେଇ ପଦ୍ମନାଭ ସେମାନଙ୍କୁ ନିର୍ଧୁମ ପିଟିବା ସହ ଦୈନିକ ଦୁଇ ଶହ ରୋଜଗାର କରି ଆଣ ତାପରେ ଘରେ ରହିବ ବୋଲି ତାଗିଦ କରିଥିଲା । ଫଳରେ ନିରୁପାୟ ହୋଇ ବଡ଼ ଝିଅ ଏକ ମିକ୍ସର ଫେକଫି୍ରରେ କାର୍ଯ୍ୟ କରୁଥିଲା । ତେବେ ଦିନକୁ ଦିନ ବାପାର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ଦୁଇ ଝିଅ ଏଭଳି ଚରମ ପଦକ୍ଷେପ ଆପଣାଇଥିବା
କୁହାଯାଇଛି । ତେବେ ଏନେଇ ଥାନରେ ଅଭିଯୋଗ ହୋଇନଥିବା ଆଇଆଇସି ତପନ କୁମାର ପାଢ଼ୀ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପଦ୍ମନାଭଙ୍କ ପ୍ରଥମ ପତ୍ନୀଙ୍କ ଔରସରୁ ଦୁଇ ଝିଅ ଜନ୍ମ ହୋଇଥିଲେ । ତେବେ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

Read More...

ପହିଲି ରଜରେ ଅଘଟଣ,   ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

ପହିଲି ରଜରେ ଅଘଟଣ, ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page