ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

June 15, 2019, ଓଡ଼ିଶା, , Anupambharat News Bureau


ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ
Anupambharat News Bureau
June 15, 2019

ତାଳଚେର , ୧୫ା୬ (ଅନୁପମ ମିଡିଆ): ବିଶ୍ୱ ରକ୍ତଦାତା ଦିବସ ଅବସରରେ ଓଡିଶା ରକ୍ତ ଭଣ୍ଡାର, ତାଳଚେର ଦ୍ୱାରା ଏକ ସଚେତନତା ପଦଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଚେତନତା ପଦଯାତ୍ରାକୁ ସୁରଭି ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ଅନା ମିଶ୍ର ପତାକା ଦେଖାଇ ଉଦXାଟନ କରିଥିଲେ । ଭରତପୁର ବଜାର ଓ କଲୋନୀ ଅଂଚଳରେ ପଦଯାତ୍ରା ପରିକ୍ରମା ହୋଇଥିଲା । ଉକ୍ତ ପଦ ଯାତ୍ରାରେ ଉପଖଣ୍ଡ ରେଡ୍‌କ୍ରସ୍‌ ସୋସାଇଟ୍‌ ର ସେ୍ୱଚ୍ଛାସେବୀ, ସୁରଭି ମହିଳା ମଣ୍ଡଳର ସଭ୍ୟା, ଏମ୍‌.ସି.ଏଲର ଅଧିକାରୀ ଗଣ, କର୍ମଚାରୀ ସେ୍ୱଚ୍ଚାରକ୍ତ ଦାତା, ଶ୍ରମିକ ଅଧିକାର ମଞ୍ଚ ନାରୀ ଜାଗୃତି ସଂଘର ସଭ୍ୟା, ରକ୍ତ ଭଣ୍ଡାର କର୍ମଚାରୀ ଆଦି ଯୋଗଦାନ କରି ରକ୍ତଦାନ ଜୀବନଦାନ ଶ୍ଳୋଗାନ ଦେଇଥିଲେ । ଭରତପୁର ଅଫିସର୍ସ କ୍ଲବ୍‌ ଠାରେ ଏକ ସେ୍ୱଚ୍ଛାକୃତ ରକ୍ତଦାନ ସଚେତନତା ନିମନ୍ତେ ସଭା ହୋଇଥିଲା । ରକ୍ତଦାତାମାନେ ଜୀବନ ଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଅର୍ଜ୍ଜନ କରିବା କଥା ବକ୍ତାମାନେ ମତବ୍ୟକ୍ତ କରିଥିଲେ । ତାଳଚେରର ସର୍ବାଧିକ ରକ୍ତଦାତା ତଥା ଶିକ୍ଷକ ଶ୍ରୀ ଶାନ୍ତନୁ କୁମାର ସାହୁଙ୍କୁ ସୁରଭି ମହିଳା ମଣ୍ଡଳ ତରଫରୁ ମାନପତ୍ର ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅତିଥିମାନେ ଶ୍ରୀ ସାହୁଙ୍କର ଭୂୟଷୀ ପ୍ରଶଂସା କରିବା ସହ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମତ ଦେଇଥିଲେ । ପେଶାରେ ଶିକ୍ଷକତା କରୁଥିବା ଶ୍ରୀ ସାହୁ ୨୦୦୧ ମସିହା ଠାରୁ କ୍ରମାଗତ ରକ୍ତଦାନ କରି ବର୍ତ୍ତମାନ ସୁଧା ୫୪ ଥର ରକ୍ତଦାନ କରିଛନ୍ତି । ସେ ତାଳଚେର ରକ୍ତଭଣ୍ଡାର ପରିଚାଳନା କମିଟିର ସଦସ୍ୟ ହୋଇଥିବା ସହ ରେଡ୍‌କ୍ରସ୍‌ ସୋସାଇଟ୍‌ର ଆଜୀବନ ସଭ୍ୟ ଅଟନ୍ତି । ବିଶ୍ୱ ରକ୍ତଦାନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ସୁରଭି ମହିଳା ମଣ୍ଡଳର ଅଭିନେତ୍ରୀ ଶ୍ରୀମତୀ ଅନା ମିଶ୍ର ପ୍ରଦୀପ ଜାଳି ଉଦXାଟନ କରିଥିଲେ । ଭରତପୁର କ୍ଷେତ୍ରର କର୍ମଚାରୀ, ଅଧିକାରୀ, ସେ୍ୱଚ୍ଛାସେବୀମାନେ ରକ୍ତଦାନ କରିଥିଲେ । ତାଳଚେର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ଅଶୋକ ପ୍ରଧାନଙ୍କ ତ‰ାବଧାନରେ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଭରତପୁର କ୍ଷେତ୍ରର ପ୍ରବନ୍ଧକ ଶ୍ରୀ ମୁରାରୀ ମିଶ୍ର, ପୋଜେକଫ ଅଫିସର ଏ.କେ. ଧଳ, ଏ.ପି.ଏମ୍‌. ବିରି ନାରାୟଣ ଦାସ, ଭରତପୁର ପ୍ରକଳ୍ପ କାର୍ମିକ ମ୍ୟାନେଜର ମାନସ ରନ ଜେନା, କ୍ଷେତ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ଏ.ଭି.ଆର. ତିର୍କି, ସେ୍ୱଚ୍ଛାସେବୀ କ୍ଷୀରୋଦ ସାହୁ, ରେଡ୍‌କ୍ରସ୍‌ ସୋସାଇଟ୍‌ର ରିତ୍‌ ମହାପାତ୍ର, ରିତା ଦାସ୍‌, ମମିତା ରାଉତ, ମିଡିଆ ଦେବରନ ସାମଲ ଇତ୍ୟାଦି ସକ୍ରୀୟ ଅଂଶ ଗ୍ରହଣ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମୋଟ ୫୪ୟୁନିଟ୍‌ ରକ୍ତ ସଂଗୃହିତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

Read More...

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page