ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

June 17, 2019, ଦେଶ, , Anupambharat News Bureau


ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା
Anupambharat News Bureau
June 17, 2019

ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍‌ ଢାଳି ଦେଲେ । ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ । ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍‌ରେ ଯାଉଥିବା ବେଳେ ଏ ଘଟଣା ଘଟିଥିଲା । ପଛରେ ବସିଥିବା ପ୍ରେମିକା ହେଲ୍‌ମେଟ୍‌ ଖୋଲିବାକୁ ପ୍ରେମିକଙ୍କୁ କହିଥିଲେ । ସେ ତାଙ୍କ ମୁହଁକୁ ଭଲ ଭାବେ ସ୍ପର୍ଶ କରିପାରୁ ନଥିବା କହି ହେଲ୍‌ମେଟ୍‌ ଖୋଲିବାକୁ କହିଥିଲେ । ପ୍ରେମିକ ହେଲ୍‌ମେଟ୍‌ ଖୋଲିବା ପରେ ପ୍ରେମିକା ତାଙ୍କ ଉପରେ ଏସିଡ୍‌ ଢାଳି ଦେଇଥିଲେ । ଜୁନ୍‌ ୧୧ ତାରିଖରେ ଏହି ଘଟଣା ଘଟିଥିଲା । ଏଥିରେ ଉଭୟ ପ୍ରେମିକ ଓ ପ୍ରେମିକା ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍‌କୁ କୁହାଯାଇଥିଲା ଯେ, ଜଣେ ଯୁବକ ଓ ଯୁବତୀଙ୍କ ଉପରେ ଏସିଡ୍‌ ମାଡ଼ ହୋଇଛି । ଖବର ପାଇ ପୋଲିସ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲା । ଏସିଡ୍‌ ପଡ଼ି ଯୁବତୀ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ଭାବେ ପୋଡ଼ି ହୋଇଛନ୍ତି । ତାଙ୍କ ମୁହଁ, ବେକ ଓ ଛାତି ପୋଡ଼ି ଯାଇଛି । କିଛି ଦିନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିଲାନି ଯେ ସେମାନଙ୍କ ଉପରେ କିଏ ଏସିଡ୍‌ ଢାଳିଲା । ଯୁବତୀ ଜଣଙ୍କ ପୋଲିସ୍‌କୁ ମିଛ କହିଥିଲେ । ସେ କହିଥିଲେ ଯେ, ସେମାନେ ବାଇକ୍‌ରେ ଯାଉଥିବା ବେଳେ କେହି ଦୁର୍ବୃତ୍ତ ସେମାନଙ୍କ ଉପରେ ଏସିଡ୍‌ ଢାଳି ଦେଇଥିଲେ । ତେବେ ଯୁବକ ଜଣଙ୍କ କହିଥିଲେ ଯେ, ତାଙ୍କ ପ୍ରେମିକା ହିଁ ତାଙ୍କୁ ହେଲ୍‌ମେଟ୍‌ ଖୋଲିବାକୁ କହିଥିଲେ । ଏହା ପରେ ଯୁବତୀଙ୍କ ଉପରେ ପୋଲିସ୍‌ର ସନ୍ଦେହ ବଢ଼ିଲା । ସେମାନେ ତାଙ୍କୁ ପଚରାଉଚରା କଲା ପରେ ସତ କଥା ପଦାକୁ ଆସିଥିଲା । ପୋଲିସ୍‌ ତାଙ୍କୁ ଗିରଫ କରିଛି ଓ ଅଧିକ ତଦନ୍ତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ,  ବିସ୍ପୋରଣରେ ଉଡାଇଲେ ଭ୍ୟାନ

ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ପୋରଣରେ ଉଡାଇଲେ ଭ୍ୟାନ

Read More...

ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page