ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭଳି ଯୋଜନା ଆରମ୍ଭ କରିଛନ୍ତି । କି;ୁ ସତ କଥା ହେଉଛି, ଦେଶର ସ୍ୱାସ୍ଥ୍ୟସେବାର ସ୍ୱ୍ୱାସ୍ଥ୍ୟ ହିଁ ବିଗିଡ଼ିବାରେ ଲାଗିଛି । ହସ୍ପିଟାଲ, ଭିତ୍ତିଭୂମି ଏବଂ ଡାକ୍ତରମାନଙ୍କର ଘୋର ଅଭାବ ରହିଛି । ସଦ୍ୟ ବିହାରରେ ୧୦୦ରୁ ଅଧିକ ଶିଶୁଙ୍କ ଏଇଏସ୍ ରୋଗରେ ମୃତୁ୍ୟ ଏହାର ଜ୍ୱଳନ୍ତ ଉଦାହରଣ । ଯଦିଓ ଅନ୍ତରୀଣ ଜାତୀୟ ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ୬୩,୨୯୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଏହା ସମସ୍ତ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ ବୋଲି କୁହାଯାଉଛି । ତେଣୁ ବର୍ତ୍ତମାନ ସମସ୍ତଙ୍କର ଲକ୍ଷ୍ୟ ମୋଦି ସରକାର ୨.୦ର ପ୍ରଥମ ବଜେଟ୍ ଉପରେ । ନିର୍ବାଚନ ପୂର୍ବରୁ ଫେବୃଆରୀ ମାସରେ ଅନ୍ତରୀଣ ବଜେଟ୍ରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସ୍ୱାସ୍ଥ୍ୟ ବାବଦରେ କିଛି ଖାସ୍ ଆଲୋଚନା କରିନଥିଲେ । କେବଳ ଆୟୁଷ୍ମାନ ଭାରତରେ ଲାଭାନ୍ୱିତ ହେବାକୁ ଥିବା ହିତାଧିକାରୀ ଏବଂ ହରିଆଣାରେ ସ୍ଥାପିତ ହେବାକୁ ଥିବା ନୂଆ ଏମ୍ସ ବାବଦରେ କହିଥିଲେ । ପରିସଂଖ୍ୟାନ ଅନୁଯାୟୀ, ଭାରତ ତା’ର ଜିଡିପିର ମାତ୍ର ୧.୦୨% ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରିଥାଏ । କି;ୁ ଭୁଟାନ ଏବଂ ଶ୍ରୀଲଙ୍କାରେ ଏହା ଯଥାକ୍ରମେ ୨.୫% ଏବଂ ୧.୬% । ୨୦୧୭ ମସିହା ସୁଦ୍ଧା ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ହିସାବ ଅନୁଯାୟୀ ଦେଶରେ ମୋଟ ୧୦.୪୧ ଲକ୍ଷ ଡାକ୍ତର ଥିଲେ । ଏଥିମଧ୍ୟରୁ ସରକାରୀ ହସ୍ପିଟାଲରେ ୧.୨ ଲକ୍ଷ ଡାକ୍ତର ନିୟୋଜିତ ଥିଲେ । ବାକି ସମସ୍ତେ ଘରୋଇ ହସ୍ପିଟାଲରେ ଅଥବା ନିଜେ କ୍ଲିନିକ୍ କରି ଡାକ୍ତରୀ ବୃତ୍ତି ଚାଲୁ ରଖିଥିଲେ । ଦେଶରେ ଏବେ ୪୭୦ଟି ମେଡିକାଲ କଲେଜ୍ ଅଛି । ଏଥିରୁ ୨୩୦ଟି ସରକାରୀ ହୋଇଥିବା ବେଳେ ୨୪୦ଟି ବେସରକାରୀ କଲେଜ । ଏଥିରୁ ଦୁଇ ତୃତୀୟାଂଶ ଦକ୍ଷିଣ ଭାରତରେ ଅଛି । ପୂର୍ବର ମୋଦି ସରକାରରେ ୨୪ଟି ନୂଆ ମେଡିକାଲ କଲେଜ୍ ହେବ ବୋଲି ଘୋଷଣା କରାଯାଇଥିଲା । ୨୦୨୦-୨୧ ବେଳକୁ ସ୍ନାତକ ଏବଂ ସ୍ନାତକୋତ୍ତରରେ ୧୮୦୫୮ ସିଟ୍ ବୃଦ୍ଧି ହେବ । ବର୍ତ୍ତମାନ ଗୋଟିଏ ବର୍ଷରେ ୫୫ ହଜାର ଏମ୍ବିବିଏସ୍ ଉତ୍ତୀର୍ଣ୍ଣ ହେଉଛନ୍ତି । ଆଗରୁ ସେମାନେ ପାସ୍ କରିବା ପରେ ସିଧା ସଳଖ ଚିକିତ୍ସା ସେବାରେ ଯୋଗ ଦେଇପାରୁଥିଲେ, କି;ୁ ବର୍ତ୍ତମାନ ସେମାନଙ୍କୁ ପୋଷ୍ଟ ଗ୍ରାଜୁଏସନ୍ କରିବାକୁ ପଡ଼ୁଛି । ଏଥିପାଇଁ ୩୦ ହଜାର ସିଟ୍ ଅଛି । ଅର୍ଥାତ ବଳକା ୨୫ ହଜାରଙ୍କ ପାଖରେ ବିଶେଷଜ୍ଞ ହେବାର ତାଲିମ ସୁଯୋଗ ନଥିବାରୁ ସେମାନେ କେବଳ ଜୁନିୟର ରେସିଡେଣ୍ଟ ଡକଫର ହୋଇ ରହିଯା’ନ୍ତି । ଏସବୁ ଅଭାବ ପୂରଣ ଓ ସମସ୍ୟାର ସମାଧାନ ପାଇଁ ବଜେଟ୍ରେ ଅଧିକ ବ୍ୟୟ ବରାଦ କରାଯିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।