ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

June 19, 2019, ଓଡ଼ିଶା, , Anupambharat News Bureau


ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ
Anupambharat News Bureau
June 19, 2019

ସାଲେପୁର,୧୯ା୬ (ଅନୁପମ ମିଡିଆ): କଟକ - ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ କୁଳିଆ ପର୍ଯ୍ୟନ୍ତ ଦୁର୍ଘଟଣାର ଜୋନ୍‌ ପାଲଟିଥିବା କୁହାଯାଉଛି । ଗତ ୬ମାସ ମଧ୍ୟରେ ଏହି ରାସ୍ତାର ଜଗତପୁର, ପୀରବଜାର, ପାଗା, କାଜିବଜାର, ନୃସିଂହବଜାର, ଖରାଖିଆ, ଭାତପଡ଼ା, ନାନ୍ଦୋଳ, ଶିଶୁଆ, ନାଳିଆମୁହଁ, ସାଲେପୁର, କଳାଗ୍ନୀଛକ, କୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟି ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଜୀବନ ହାନି ଘଟିଥିବାବେଳେ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଏହି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଶେଷ ହେବାପରେ ଦିନକୁ ଦିନ ଏହି ପ୍ରମୁଖ ସ୍ଥାନମାନଙ୍କରେ ଦୁର୍ଘଟଣାମାନ ବଢ଼ି ଚାଲିଛି । ସେହିପରି ରାତ୍ର ସମୟେରେ ଗାଡ଼ି ଚାଳକମାନେ ବେପରୁଆ ଓ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି ।
ଅପର ପକ୍ଷରେ ଉକ୍ତ ରାସ୍ତାରେ ନିୟମିତ ଭାରୀଯାନ ଚଳାଚଳ ଦ୍ରୁତଗତିରେ ଯାତାୟତ କରୁଛି । ଫଳରେ ଅଧିକାଂଶ ସମୟରେ ଏହି ଭାରୀଯାନ ଯାତାୟତ କାରଣରୁ ମଧ୍ୟ ଦୁର୍ଘଟଣା ଘଟୁଛି । ଅପର ପକ୍ଷରେ ଏହି କିଛି ମାସ ହେବ ହାଇୱା ଯୋଗେ କଟକ, ସାଲେପୁର, କିଶୋରନଗର ଆଦି ଅଞ୍ଚଳରୁ ବାଲି ବିଭିନ୍ନ ସ୍ଥାନକୁ ନିଆଯାଉଛି । ଫଳରେ ହାଇୱା ଚାଳକମାନଙ୍କ ମଧ୍ୟରେ ଦିନକ ମଧ୍ୟରେ କିଏ କେତେ ଟ୍ରିପ୍‌ ବାଲି ବୋହି ପାରୁଛି, ସେ ନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲୁଥିବାରୁ ଏହା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କେତେକ ଲୋକ ଅଭିଯୋଗ କରୁଛନ୍ତି । ଗତ କିଛିଦିନ ତଳେ ଏକ ବାଲିବୋଝେଇ ହାଇୱା ଧକ୍‌କାରେ ଜଣେ ମୋଟର ସାଇକେଲ୍‌ ଚାଳକର ମୃତୁ୍ୟ ଘଟିବାରୁ ଶିଶୁଆଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ରାସ୍ତାରେ ହାଇୱା ଚଳାଚଳ ବନ୍ଦ କରିବାକୁ ଦାବି କରି ଲୋକାମନେ ରାତି ତମାମ୍‌ ରାସ୍ତାରେ ଆନ୍ଦୋଳନ କରିଥିଲେ । କିଛିଦିନ ମଧ୍ୟ ଉକ୍ତ ଅଞ୍ଚଳରେ ହାଇୱା ଚଳାଚଳ ବନ୍ଦ ହୋଇଥିଲା ।
କି;ୁ ଏବେ ପୂର୍ବଭଳି ସ୍ୱାଭାବିକ ଭାବେ ହାଇୱା ଚଳାଚଳ କରୁଥିବାର ଦେଖିବାକୁ ମିଳୁଛି । ଯଦି ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ବିଭିନ୍ନ ସମୟରେ ଗାଡ଼ିର ବେଗ ଓ ନିଶାଶକ୍ତ ଡ୍ରାଇଭରଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଆନ୍ତା, ତେବେ ଏହି ରାସ୍ତାରେ ଦୁର୍ଘଟଣା ନିଶ୍ଚିନ୍ତ ଭାବେ ହ୍ରାସ ପାଆନ୍ତା ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

Read More...

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page