ସମ୍ବଲପୁର,୧୯ା୬ଡ(ଅନୁପମ ମିଡ଼ିଆ): ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ଅଧିକ ନଥିବାରୁ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ଲୋକେ ଭୟରେ ଘରୁ ପଦାକୁ ବାହାରି ପଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର, କୁଚିଣ୍ଡା, ବଣାଇ ଓ ଝାରସୁଗୁଡା ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ମାତ୍ର କିଛି ସେକେଣ୍ଡ ପାଇଁ ଏହା ଅନୁଭୂତ ହୋଇଥିଲା । ଫଳରେ ଘର ମଧ୍ୟରେ ଥିବା ଜିନିଷପତ୍ର ସାମାନ୍ୟ ଥରି ଉଠିଥିଲା । ଲୋକେ ଏହାକୁ ଅନୁଭବ କରିବା କ୍ଷଣି ଭୟଭୀତ ହୋଇପଡିଥିଲେ ।