ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

June 21, 2019, ଓଡ଼ିଶା, , Anupambharat News Bureau


ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ  ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ
Anupambharat News Bureau
June 21, 2019

ଭଦ୍ରକ,୨1୬ (ଅନୁପମ ମିଡିଆ): ଇତିମଧ୍ୟରେ ଭଦ୍ରକ ୧୬ ନଂ ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ସଡକ ଦୁର୍ଘଟଣାକୁ ପ୍ରାୟ ବର୍ଷେ ପୂରିବାକୁ ଯାଉଛି । ଏହି ମର୍ମ;ୁଦ ଟ୍ରକ୍‌ ଦୁର୍ଘଟଣାରେ ବେପରୁଆ ଟ୍ରକ୍‌ ଚାଳକର ଦାୟିତ୍ୱ ହୀନ ଗାଡିଚାଳନା ଯୋଗୁଁ ସ୍ଥାନୀୟ ରାଣୀତାଲ ସ୍କୁଲରୁ ଫେରୁଥିବା ୭ମ ରୁ ୯ମ ଶ୍ରେଣୀର ଚାରିଜଣ ଛାତ୍ରୀ ଓ ଜଣେ ଛାତ୍ରର ଅକାଳ ମୃତୁ୍ୟ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ସହିନପାରି ଇଚ୍ଛାମୃତୁ୍ୟ ଚାହୁଁଥିବା ଜଣେ କୋମଳମତି ଛାତ୍ରୀର ଉଦ୍‌ବେଗ ଜନକ ଅବସ୍ଥା ପ୍ରତି ସେତେବେଳେ ସମସ୍ତ ଚିକିସିା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଥିବା ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଆଖି ବୁଜିଦେଇଥିବାର ଜଣାପଡିଛି । ଏଭଳି ଏକ ମର୍ମ;ୁଦ ଘଟଣା ଘଟିଥିଲା ସେଦିନର ସେହି ଅଶୁଭ ଜୁଲାଇ ୧୯ ତାରିଖ ୨୦୧୮ ମସିହା ଅପରାହ୍ନରେ । ସ୍ଥାନୀୟ ସ୍କୁଲର ଛୁଟି ପରେ ପାଖ ରାହାଞ୍ଜ ଗ୍ରାମର ଛାତ୍ରଛାତ୍ରୀମାନେ ସାଇକେଲ୍‌ ଯୋଗେ ଗ୍ରାମ ନିକଟ ରାସ୍ତା ଅତିକ୍ରମ କରୁଥିବାବେଳେ ଦାନବ ଭଳି ତାଙ୍କ ଉପରେ ମାଡିଯାଇଥିଲା ଟ୍ରକ୍‌ଟିଏ । ଏହି ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀ ମୃତୁ୍ୟ କରିବା ମଧ୍ୟରେ ରାହାଞ୍ଜ ଗ୍ରାମର ବୁରା ବ୍ୟବସାୟୀ ସୁବାଷ ସାହୁଙ୍କ ୯ମ ଶ୍ରେଣୀର ପଢୁଥିବା ବଡଝିଅ ଶେ୍ୱତାର ମଧ୍ୟ ମୃତୁ୍ୟ ଘଟିଥିଲା । ତେବେ ସାନଝିଅ ଶୀତଲ ଗୁରୁତର ଭାବେ ଆହତ ହୋଇଥିଲା । ତାର ଦୁଇଗୋଡ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେତେବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୁବାଷଙ୍କୁ ଦୁଇଲକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦୁଇଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଯାହା ଶୀତଲର ଚିକିସିା ଦିଗରେ ସମ୍ରୁଦକୁ ଶଙ୍ଖେ । ଇତିମଧ୍ୟରେ ଶୀତଲର ଚିକିସିାରେ ପ୍ରଥମେ ଭଦ୍ରକ ଓ ପରେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ ସମେତ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଦୀର୍ଘଦିନର ଚିକିସିା ମଧ୍ୟରେ ପିତା ସୁବାଷ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କଲେଣି । ମାତ୍ର ଅବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ଜଟିଳ ହେବାରେ ଲାଗିଛି । ଶୀତଲର ଗୋଟିଏ ଗୋଡ ଏବେ ପଚିଯାଇ କଟାଯିବା ପରିସ୍ଥିତିକୁ ଆସିଗଲାଣି । ଗଭୀର ଯନ୍ତ୍ରଣା ଆଉ ସହିପାରୁନି ସେ । ସୁବାଷଙ୍କର ଛଅକନ୍ୟାଙ୍କ ମଧ୍ୟରୁ ଜଣେ ମୃତୁ୍ୟବରଣ କରିଥିବାବେଳେ ଶୀତଲକୁ ମିଶାଇ ପାଞ୍ଚଜଣ ଅଛନ୍ତି । ଏପରି ସ୍ଥଳେ ଶୀତଲର ଚିକିସିା ଖର୍ଚ୍ଚ ତାଙ୍କ ପାଇଁ ବ୍ୟୟବହୁଳ ହୋଇପଡିଛି । ଅନୁରୂପ ଶୀତଲ ମଧ୍ୟ ନିଜ ପିତାଙ୍କ ଅବସ୍ଥା ଓ ଦୁଇଗୋଡର ଯନ୍ତ୍ରଣା ସହିନପାରି ଏବେ ବାରମ୍ବାର ନିଜ ପରିବାର ଲୋକଙ୍କ ଆଗରେ ବିକଳ ହୋଇ ଇଚ୍ଛାମୃତୁ୍ୟ କାମନା କରିଛି ଏବେ । ଏଣୁ ଜିଲା ପ୍ରଶାସନ ଓ ସେତେବେଳେ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ସମସ୍ତ ଚିକିସିା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଥିବା ରାଜ୍ୟ ସରକାର ଏ ଦିଗରେ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଲେଜ ଛାତ୍ର ହତ୍ୟା ଘଟଣା:  ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

କଲେଜ ଛାତ୍ର ହତ୍ୟା ଘଟଣା: ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

Read More...

ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page