ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

June 21, 2019, ଦେଶ, , Anupambharat News Bureau


ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର
Anupambharat News Bureau
June 21, 2019

କୁଲ୍ଲì: ହିମାଚଳ ପ୍ରଦେଶର କୁଲ୍ଲì ଜିଲ୍ଲାରେ ଗୁରୁବାର ଏକ ମର୍ମ;ୁଦ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୪୪ ଜଣ ଯାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବଞ୍ଜର ଅଞ୍ଚଳର ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ କିଛି ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ଏକ ଖାଳ ଭିତରୁ ପଶିଯାଇଥିଲା । ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବ୍ୟାପି ଯାଇଥିଲା । ଦୁର୍ଘଟଣା ପରେ ଉଦ୍ଧଶା କାର୍ଯ୍ୟ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁର୍ଘଟଣା ନେଇ ମର୍ମାହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । କୁଲ୍ଲìର ଏସ୍‌ପି ଶାଳିନୀ ଅଗ୍ନିହୋତ୍ରୀ କହିଛନ୍ତି, ୪୪ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩୫ ଜଣ ଲୋକ ଆହତ ହୋଇଛନ୍ତି । ଉଦ୍ଧାର ପାଇଁ ଅପରେଶନ ଜାରି ରହିଛି । ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀ ହେଉଛି ଦୁର୍ଘଟଣାର ମୂଳ କାରଣ ବୋଲି ସେ କହିଛନ୍ତି । ବସଟି ଗଡାଗୁଶେଣୀ ଦିଗରେ ଯାଉଥିଲା । ଖାଳକୁ ଖସିପଡ଼ିବା ପରେ ବସ୍‌ ଚାଳକ ନିୟନ୍ତ୍ରଣ କରିପାରି ନଥିଲେ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ପୋଲସ୍‌ କର୍ମଚାରୀ ଅଛନ୍ତି । ସ୍ଥାନୀୟ ଲୋକଙ୍କର ସହାୟତାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସ୍‌ଡିଏମ୍‌ ଏମ୍‌ଆର ଭରଦ୍ୱାଜ ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

Read More...

କଲେଜ ଛାତ୍ର ହତ୍ୟା ଘଟଣା:  ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

କଲେଜ ଛାତ୍ର ହତ୍ୟା ଘଟଣା: ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page