ଭୁବନେଶ୍ୱର, ୨୧ ।୬(ଅନୁପମ ମିଡିଆ):ଓଡିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡିଶାକୁ ମୌସୁମୀ ଛୁଇଁବ । ଏହା ପ୍ରଭାବରେ ୨ରୁ ୩ ଦିନ ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଏଡିଜି ମୃତୁ୍ୟଞ୍ଜୟ ମହାପାତ୍ର ଶୁକ୍ରବାର ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୌସୁମୀ ବର୍ତ୍ତମାନ ଫୁଲବାଣୀ, କେନ୍ଦୁଝର ଓ ଜାମସେଦପୁର ଦେଇ ଗତି କରୁଛି । ଆଜି ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏଥର ବହୁ ବିଳମ୍ବରେ ଓଡ଼ିଶାକୁ ମୌସୁମୀ ଆସିଛି । ଜୁନ୍ ୮ରେ ଏହା କେରଳ ଛୁଇଁଥିଲା । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଆସିଥାଏ । ମାତ୍ର ଏଥର ୧୩ ଦିନ ପରେ ମୌସୁମୀ ଆସିଛି ବୋଲି ସେ କହିଛନ୍ତି ।