ଗୁଣିଆ ସନ୍ଦେହରେ ହତ୍ୟା

June 25, 2019, ଓଡ଼ିଶା, , Anupambharat News Bureau


ଗୁଣିଆ ସନ୍ଦେହରେ ହତ୍ୟା
Anupambharat News Bureau
June 25, 2019

ପୁରୁଷୋତ୍ତମପୁର,୨୫ା୬(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଧୋବାଡ଼ି ପାଟପୁର ଗ୍ରାମରେ ଗୁଣିଆ କରିବା ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଅଛି ।
ଘଟଣାରୁ ଜଣାପଡିଛି ଯେ, ଗତ ୯ବର୍ଷ ତଳର ଘଟଣା ମୃତ କୃଷ୍ଣ ପ୍ରଧାନ ଓ ହତ୍ୟାକାରୀ ମୂରଲୀ ପ୍ରଧାନ, ଗୁଣି ଗାରେଡ଼ି ନେଇ ଦୁଇ ଜଣଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିବା ବେଳେ ମୂରଲୀର ଝିଅ ଘୁଣିଆ ମାଧ୍ୟମରେ ମୃତ ହୋଇଥିବା ସନ୍ଦେହ କରି କୃଷ୍ଣଙ୍କୁ ମାରିବା ଯୋଜନା କରିବା କଥା କୃଷ୍ଣ ଜାଣିପାରି ଆଜକୁ ପ୍ରାୟ ୮ବର୍ଷ ହେଲା କେଉଁ ଆଡ଼େ ପଳେଇ ଯାଇଥିଲା । କିନ୍ତୁ କିଛି ଦିନ ତଳେ କୃଷ୍ଣ ଗ୍ରାମକୁ ଆସିଥିବା ଜାଣି ମୂରଲୀ ପ୍ରଧାନ ଏକ ଧାରୁଆ ଖଣ୍ଡା ସାହାଯ୍ୟରେ ସୋରୀନାଳ ସମ୍ମୁଖରେ ଏକ ଅମରବୁଦାରେ ଲୁଚି ରହି କୃଷ୍ଣକୁ ଅପେକ୍ଷା କରି ସେ ଆସିବା କ୍ଷଣୀ ଧାରୁଆ ଖଣ୍ଡାରେ ହାଣୀ ହତ୍ୟା କରିଥିଲା ।
ସେଠୁ ସିଧା ହିଞ୍ଜିଳି ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ବେଳେ ଏହି ହତ୍ୟାକାରୀ ଅଞ୍ଚଳ ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଯାଉଥିବାରୁ ପୁରୁଷୋତ୍ତମପୁର ଥାନା ଆଇଆଇସିଙ୍କୁ ସୂଚନା ଦେଇଥିବା ବେଳେ ହିଞ୍ଜିଳି ଥାନାରୁ ହତ୍ୟାକାରୀ ମୂରଲୀ ପ୍ରଧାନଙ୍କୁ ଗିରଫ କରି ପୁରୁଷୋତ୍ତମପୁର ଥାନାକୁ ଆଣି ହାଜତରେ ରଖିବା ପରେ ମୃତ କୃଷ୍ଣର ଶବକୁ ଆଣି ପୋଷ୍ଟ ମର୍ଟମ ପାଇଁ ପଠାଇ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡିଛି । କେସ ନଂ ୧୪୨/୧୯ ପ୍ରକାର ତଦନ୍ତ ଚାଲୁଥିବା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ଠାରୁ ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିବାହ ସମୟରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ହେବ : ଜିଲ୍ଲାପାଳ

ବିବାହ ସମୟରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ହେବ : ଜିଲ୍ଲାପାଳ

Read More...

କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page