ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା

June 25, 2019, ଓଡ଼ିଶା, , Anupambharat News Bureau


ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା
Anupambharat News Bureau
June 25, 2019

ଛତ୍ରପୁର,୨୫ ।୬(ଅନୁପମ ମିଡ଼ିଆ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ନେତୃତ୍ୱରେ ଆଜି ମାପ ଓ ଓଜନ ବିଭାଗ ଏବଂ ଛତ୍ରପୁର ଏନଏସି ପକ୍ଷରୁ ଛତ୍ରପୁର ସହରର ବିଭିନ୍ନ କାଜୁ କାରାଖାନା, ଗୋଦାମ ଏବଂ କିଛି ମିକଚର ଫ୍ୟାକଫ୍ରି ଉପରେ ଚଢାଉ କରାଯାଇ ୬ଅଖା ପଲିଥିନ୍‌ ଏବଂ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ଛତ୍ରପୁର ଏନଏସିର କାରିଣୀସାହିର ଥିବା ମହେନ୍ଦ୍ର ସାହୁଙ୍କ ମିକଚର ଫ୍ୟାକଫ୍ରି ଉପରେ ଅଚାନକ ଚଢାଉ କରାଯାଇଥିଲା । ସେଠାରେ ପଲିଥିନ୍‌ କାରବାର ହେଉଥିବାରୁ ଏନଏସି ପକ୍ଷରୁ ୬ଅଖା ପଲିଥିନ୍‌ ଜବତ କରାଯିବା ସହ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲାା ସେହିପରି ମାପ ଓ ଓଜନ ପକ୍ଷରୁ ଯାଞ୍ଚ କରାଯାଇ ୧୫ହଜାର ଟଙ୍କା ମଧ୍ୟ ଜରିମାନା ଆଦାୟ କରାଯାଇଥିଲାା ସେହିପରି ଷ୍ଟେସନ ରୋଡସ୍ଥି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ମିକ୍ସଚର ଫ୍ୟାକଫ୍ରି ଉପରେ ଚଢାଉ କରାଯାଇଥିଲାା ସେଠାରେ ମାପ ଓ ଓଜନ ବିଭାଗ ପକ୍ଷରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଷ୍ଟେସନ ରୋଡ ର ଗଣେଷ ପଣ୍ଡାଙ୍କ ମିକଚର ଫ୍ୟାକଫ୍ରି ଉପରେ ମଧ୍ୟ ଚଢାଉ କରାଯାଇଥିଲା । ସେଠାରେ ମାପ ଓ ଓଜନ ପକ୍ଷରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲାା ଶ୍ୟାମ ଏଜେନ୍ସି ଗୋଦାମ ଘର ଉପରେ ମଧ୍ୟ ଚଢାଉ କରାଯାଇ ବିଭିନ୍ନ ସାମଗ୍ରୀ ଗୁଡିକ ଯାଞ୍ଚ କରାଯାଇଥିଲା । ତାହାର ଟ୍ରେଡ ଲାଇସେନ୍ସ ନଥିବାରୁ ଏନଏସି ପକ୍ଷରୁ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲାା
ସେହିପରି ବଡ ରେଳ ଷ୍ଟେସନ ନିକଟରେ ଥିବା ଦୁଇଟି କାଜୁ କାରାଖାନା ଉପରେ ମଧ୍ୟ ଚଢାଉ କରାଯାଇଥିବା ବେଳେ ଗୋଟିଏ କାରାଖାନାରେ ସମସ୍ତ କାଗଜପତ୍ର ଠିକ୍‌ ଥିବାରୁ କୈାଣସି ଜରିମାନା ଆଦାୟ କରାଯାଇନଥିବା ବେଳେ ମହାବୀର ନଗରସ୍ଥିତ କନକ ଦୂର୍ଗା କାଜୁ ଫ୍ୟାକଫ୍ରି ଉପରେ ଏନଏସି ପକ୍ଷରୁ ୩୦ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଏନଏସି ଏବଂ ମାପ ଓ ଓଜନ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ସ୍ଥିତ ଓପିଡିସି ପେଟ୍ରୋଲ ପମ୍ପ ଉପରେ ମଧ୍ୟ ଏହି ଟିମ୍‌ ଚଢାଉ କରିଥିଲେ । ସେଠାରେ ନୋ ହେଲେମେଣ୍ଟ ନୋ ପେଟ୍ରୋଲ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ତହସିଲଦାର ଶ୍ରୀ ଭୋଇ ପମ୍ପର କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପେଟ୍ରୋଲପମ୍ପରେ ଅପମିଶ୍ରଣ ଅଭିଯୋଗ ହୋଇଥିବା ନେଇ ଏହି ଟିମ୍‌ ପେଟ୍ରୋଲ ଓ ଡିଜେଲ ସହିତ ମେସିନ ଗୁଡିକ ଯାଞ୍ଚ କରିଥିଲେ । ଏହି ଚଢାଉରେ ଛତ୍ରପୁର ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶରତ କୁମାର ପାତ୍ର, ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ , ବରିଷ୍ଠ ନିରିକ୍ଷୀକ ସବିତା ପଣ୍ଡା, ଛତ୍ରପୁର ରାଜସ୍ୱ ନିରୀକ୍ଷିକ ଏନ୍‌.ରବି ପ୍ରଧାନ, ଛତ୍ରପୁର ଏନଏସିର ସ୍ୱାସ୍ଥ୍ୟ ନିରୀକ୍ଷିକ ଗୈାରହରି ପଣ୍ଡା, ଟେକ୍ସ କଲେକଫର ମିର୍ଜା ଖାନ୍‌, ଏସ୍‌.ଦାଲେୟା , ଯୁଗଳ କିଶୋର ଦାସ, ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ନିଖିଳ କୁମାର ବସ୍ତିଆଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସ୍‌ ଦୁର୍ଘଟଣାରେ,  ୬ ମୃତ, ୪୦ ଆହତ

ବସ୍‌ ଦୁର୍ଘଟଣାରେ, ୬ ମୃତ, ୪୦ ଆହତ

Read More...

ଫେରାର ପ୍ରେମୀ ଯୁଗଳ ବିବାହ

ଫେରାର ପ୍ରେମୀ ଯୁଗଳ ବିବାହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page