ଅନୁଗୋଳ, ୨୮ା୬ (ଅନୁପମ ମିଡିଆ): ଅନୁଗୋଳ ଶିକ୍ଷକପଡ଼ାରେ ଥିବା ସାଇ ମନ୍ଦିର ନିକଟରୁ ପୁଣି ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଏନେଇ ଅନୁଗୋଳ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ବୁଧବାର ରାତି ୩ଟାରୁ ୪ଟା ମଧ୍ୟରେ ରାଜକିଶୋରପଡ଼ାରେ ରହୁଥିବା ମା ଓ ଝିଅ ଜଣେ ସମ୍ପର୍କୀୟଙ୍କୁ ଆଣିବାକୁ ଅନୁଗୋଳ ଷ୍ଟେସନକୁ ଚାଲି ଚାଲି ଯାଉଥିଲେ । ସାଇ ମନ୍ଦିର ନିକଟରେ ୪ରୁ ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ସେମାନେ ପିନ୍ଧିଥିବା ସୁନା ଅଳଙ୍କାର ଓ ପାଖରେ ଥିବା ମୋବାଇଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ ।