ଆମ୍ବ ପାଇଁ ୫ ବର୍ଷୀୟ ଶିଶୁକୁ ନିର୍ମମ ଭାବେ ହତ୍ୟା କଲେ ସାଙ୍ଗ

July 03, 2019, ଦେଶ, , Anupambharat News Bureau


ଆମ୍ବ ପାଇଁ ୫ ବର୍ଷୀୟ ଶିଶୁକୁ ନିର୍ମମ ଭାବେ ହତ୍ୟା କଲେ ସାଙ୍ଗ
Anupambharat News Bureau
July 03, 2019

ରାୟପୁର: ଛତିଶଗଡ଼ର ଜାନଜଗିର-ଚାମ୍ପା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ଗୋଟିଏ ଆମ୍ବ ପାଇଁ ୪ ଜଣ ନାବାଳକ ୫ ବର୍ଷୀୟ ବନ୍ଧୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଖାଲି ସେତିକି ନୁହେଁ ମୃତଦେହକୁ ପାଣିରେ ଫୋପାଡ଼ି ଖସି ଯିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ସମସ୍ତ ୪ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ନ୍ୟାୟିକ ବ୍ୟବସ୍ଥାରେ ସାମିଲ କରାଯିବ ନାହିଁ । ମୃତ ଶିଶୁ ଜଣଙ୍କ ନାଁ ହେଉଛି ଶାହିଲ । ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୫ ଜଣ ସାଙ୍ଗ ଏକାଠି ଆମ୍ବ ତୋଳିବାକୁ ଯାଇଥିଲେ । ଜଣେ ସାଙ୍ଗ ଗଛରେ ଚଢ଼ି ଆମ୍ବ ତଳକୁ ଫୋପାଡ଼ୁଥିବା ବେଳେ ଅନ୍ୟମାନେ ଏହାକୁ ଏକାଠି କରୁଥିଲେ । ଏହି ସମୟରେ ଶାହିଲ ଏକ ପାଚିଲା ଆମ୍ବକୁ ଆଗୁଆ ଖାଇଦେଇଥିଲେ । ଏହା ଦେଖି ଆମ୍ବ ତୋଳୁଥିବା ପିଲା ଜଣଙ୍କ ତଳକୁ ଆସି ଶାହିଲଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ନିଜ ପାଖରେ ରଖିଥିବା ଏକ ଧାରୁଆ ଅସ୍ତ୍ରରେ ଶାହିଲଙ୍କ ଆଖି ଓ ମୁଣ୍ଡକୁ ଆକ୍ରମଣ କରିଥିଲେ । ଶାହିଲ ରକ୍ତଶ୍ରାବ ଯୋଗୁ ଅଚେତ ହୋଇଯିବାରୁ ଆକ୍ରମଣ କରିଥିବା ପିଲା ଓ ଅନ୍ୟ ୩ ଜଣ ତାଙ୍କୁ ପାଣିରେ ଫୋପାଡ଼ି ଫେରାର ହୋଇ ଯାଇଥିଲା । ପରିବାର ଲୋକ ଶାହିଲଙ୍କ ନିଖୋଜ ସଂକ୍ରାନ୍ତରେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଗତକାଲି ଶାହିଲଙ୍କ ମୃତଦେହକୁ ଉଦ୍ଧାର କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାହୁଲ୍‌ଙ୍କ ଇସ୍ତଫା, ମୋତିଲାଲ ଭୋରା ହେବେ ଅନ୍ତରୀଣ ଅଧ୍ୟକ୍ଷ!

ରାହୁଲ୍‌ଙ୍କ ଇସ୍ତଫା, ମୋତିଲାଲ ଭୋରା ହେବେ ଅନ୍ତରୀଣ ଅଧ୍ୟକ୍ଷ!

Read More...

 ମୋତେ ରେପ୍‌ କରିଥିଲେ ଆଦିତ୍ୟ ପାଞ୍ଚୋଲି

ମୋତେ ରେପ୍‌ କରିଥିଲେ ଆଦିତ୍ୟ ପାଞ୍ଚୋଲି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page