ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

July 07, 2019, ଓଡ଼ିଶା, , Anupambharat News Bureau


ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
Anupambharat News Bureau
July 07, 2019

ଜଳେଶ୍ୱର,୭ା୭ (ଅନୁପମ ମିଡିଆ): ଗତ ୨୦୧୮ ଅକେଫାବର ମାସ ୨୮ତାରିଖରେ ଜନୈକ ଆଦିବାସୀ ନାବାଳିକାକୁ ଉଲଗ୍ନ କରି ଭିଡିଓ ଭାଇରାଲ କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଜଳେଶ୍ୱର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜଳେଶ୍ୱର ବ୍ଲକ ସରଦାରବନ୍ଦ ଗ୍ରାମ ପଂଚାୟତର ଚୁଡାମଣିପୁର ଅଂଚଳର ଜନୈକ ନାବାଳିକା ନିକଟସ୍ଥ ହାଟକୁ ଯାଇଥିବା ବେଳେ କଛି ଯୁବକ ତାକୁ ତାର ଘରେ ଛାଡି ଦେବାର କହି ନେଇ ଯାଇଥିଲେ । ରାସ୍ତାରେ କଣଫାବଣି ନିକଟରେ ଥିବା ନିଛାଟିଆ ଜଙ୍ଗଲ ମଧ୍ୟକୁ ଜୋର୍‌ ଜବରଦସ୍ତି ନେଇଯାଇ ତାଙ୍କୁ ଉଲଗ୍ନ କରି ତାର ଭିଡିଓ ଉଠାଇ ଥିଲେ ପରେ ୫ମାସ ପରେ ପଶ୍ଚିମବଙ୍ଗରେ ଯାଇ ସେହି ଭିଡିଓକୁ ଭାଇରାଲ କରିଥିଲେ । ଏଥି ନେଇ ୧୫-୩-୧୯ ତାରିଖରେ ରାଇବଣିଆ ଥାନାରେ ନାବାଳିକାର ମାଆ ଏକ ଏତାଲା ଦେଇଥିଲେ । ଏଥିନେଇ ମାମଲା ନଂ ୧୮/୧୯ ମୂଳେ ଧାରା ୩୭୬(ଡି)/ ୩୬୬/ ୫୦୬ ଆଇ.ପି.ସି/ ୬ପୋସ୍କ ୬୬(ବି)/ ୬୭/ ୬୭(ବି) ଆଇ.ଟି ଧାରାରେ ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତ ଯୁବକ ପଶ୍ଚିମବଙ୍ଗ ରାଜ୍ୟର ନୟାଗ୍ରାମ ଥାନା ଯାଦୁକଟା ଗ୍ରାମର ଭାତ୍ରା ମୁର୍ମୁଙ୍କ ପୁତ୍ର ସୁବାସ ମୁର୍ମୁ ଓରଫ୍‌ ମିଥୁନ(୨୨)କୁ ଜଳେଶ୍ୱର ପୋଲିସ ୪ମାସ ପରେ ତାର ଘରୁ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ସହ ଥିବା ଅନ୍ୟ ୪ଜଣ ବର୍ତମାନ ସୁଦ୍ଧା ଫେରାର ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

Read More...

ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ

ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page