ତ୍ରପୁର,୭ ।୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସିଆରସିସି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୨୩୯ଟି ସିଆରସିସି ପଦବୀ ରହିଛି । ଏହି ସିଆରସିସି ମାନେ ପାଞ୍ଚ ବର୍ଷ କାମ କଲାପରେ ନିଜର ମୂଳ ଶିକ୍ଷକ ପଦବୀକୁ ଫେରି ଆସିଥାନ୍ତି । ଗତ ୩୧ ।୫ ।୨୦୧୯ ମଧ୍ୟରେ ୧୫୭ ସିଆରସିସିଙ୍କର ୫ବର୍ଷ କାର୍ଯ୍ୟକାଳ ପୁରି ଯାଇଛି । ତେଣୁ ସେହି ସ୍ଥାନ ଗୁଡିକରେ ନୂତନ ସିଆରସିସି ଦିଆଯିବ । ଏଥିପାଇଁ ପ୍ରତ୍ୟେକ ବ୍ଲକର ବିଇଓ ମାନଙ୍କୁ ତାଲିକା ମଗାଯାଇଥିଲା । ୨୨ଟି ବ୍ଳକରୁ ମୋଟ ୩୫୧ ଜଣଙ୍କର ନାମ ଆସିଥିଲା । ସେମାନଙ୍କୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନିତା ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଶିକ୍ଷାଶାସ୍ତ୍ର ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡାଙ୍କ ସଂଯୋଜନାରେ ଭିଜନିଂ ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଭିଜନିଂ ଟେଷ୍ଟରେ ୩୫୧ ଜଣଙ୍କ ମଧ୍ୟରୁ ୩୦୭ ଜଣ ଯୋଗଦେଇଥିଲେ । ଟେଷ୍ଟ ଦେଇଥିବା ଶିକ୍ଷକ ମାନଙ୍କ ମଧ୍ୟରୁ ଏବେ ୧୫୭ ଜଣ ସିଆରସିସି ଭାବେ ନିଯୁକ୍ତି ପାଇବେ । ସେହି ପଦବୀରେ ପାଞ୍ଚ ବର୍ଷ ପୂରଣ କରିଥିବା ସିଆରସିସି ମାନେ ନିଜ ନିଜ ବିଦ୍ୟାଳୟକୁ ଫେରି ଆସିବେ । ଖୁବ କମ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ପ୍ରକ୍ରିୟାର ଶେଷ ଘଟିବ ।
ଏବେ ଆସିକା ବ୍ଲକରେ ୧୦ଜଣ,ବେଗୁନିଆପଡା ବ୍ଲକରେ ୬ଜଣ, ଭଞ୍ଜନଗରରେ ୮ଜଣ, ବେଲଗୁଣwାରେ ୫ଜଣ, ବୁଗୁଡାରେ ୮ଜଣ, ଛତ୍ରପୁରରେ ୮ଜଣ, ଚିକିଟିରେ ୧୦ଜଣ, ଧରାକୋଟରେ ୭ଜଣ, ଦିଗପହଣ୍ଡିରେ ୯ଜଣ, ଗଞ୍ଜାମରେ ୬ଜଣ, ହିଞ୍ଜିିଳିକାଟୁରେ ଜଣେ, ଜଗନ୍ନାଥପ୍ରସାଦରେ ୫ଜଣ, କବିସୂର୍ଯ୍ୟନଗରରେ ୬ଜଣ, ଖଲିକୋଟରେ ୧୦ଜଣ, କୁକୁଡାଖଣ୍ଡିରେ ୭ଜଣ, ପାତ୍ରପୁରରେ ୭ଜଣ, ପୋଲସରାରେ ୫ଜଣ, ପୁରୁଷୋତ୍ତମପୁରରେ ୮ଜଣ, ରଙ୍ଗେଇଲୁଣ୍ଡାରେ ୯ଜଣ, ସାନଖେମୁଣ୍ଡିରେ ୪ଜଣ, ଶେରଗଡରେ ୯ଜଣ ଓ ସୋରଡାରେ ୯ଜଣ ନୂତନ ଭାବେ ନିଯୁକ୍ତି ପାଇବେ । ଏହାପରେ ୩୧ ।୫ ।୨୦୧୯ସୁଦ୍ଧା ୨୧ ଜଣ ସିଆରସିସି ଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାଳ ସରିବ । ଏହି ସ୍ଥାନ ମାନଙ୍କରେ ଏହି ଭିଜନିଂ ଟେଷ୍ଟର ବଳକା ଶିକ୍ଷକଙ୍କ ମଧ୍ୟରୁ ଦିଆଯିବା ସମସ୍ତ ପ୍ରକ୍ରିୟା ଖୁବ କମ ଦିନ ମଧ୍ୟରେ ସରିବ ବୋଲି ବିଭାଗ ପକ୍ଷରୁ ଜଣା ପଡିଛି ।