ଇସ୍ଲାମାବାଦ: ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦିନକୁ ଦିନ ପାକିସ୍ତାନ ସରକାରଙ୍କ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି ।
ଦେଶର ଅର୍ଥନୀତିକୁ ଠିକ୍ ଟ୍ରାକ୍କୁ ଆଣିବା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଉଦ୍ୟମ ଜାରି ରଖିଛନ୍ତି । ଏବେ ସରକାରୀ ଖର୍ଚ୍ଚକୁ କାଟ କରିବାକୁ ଇମ୍ରାନ୍ ଖାନ୍ ଏକ ଅଭିନବ ଉପାୟ ଆପଣାଇଛନ୍ତି । ଆସନ୍ତା ୨୧ ତାରିଖରୁ ଇମ୍ରାନ୍ ୩ ଦିନ ପାଇଁ ଆମେରିକା ଗସ୍ତ କରିବେ । ଏହି ସମୟରେ ତାଙ୍କୁ ହୋଟେଲ୍ରେ ରହିବାକୁ ପଡ଼ିବ । ତେବେ ଏହି ହୋଟେଲ୍ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଇମ୍ରାନ୍ ଖାନ୍ ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି ।