ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍ୱିଆଇ ଏହାର ଗ୍ରାହକମାନଙ୍କ ପାଇଁ ଆଣିଛି ଖୁସି ଖବର । ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ ବ୍ୟବହାର କରାଯାଉଥିବା ଆଇଏମ୍ପିଏସ୍, ଏନ୍ଇଏଫଫି ଏବଂ ଆରଟିଜିଏସ୍ ଆଦି ବ୍ୟବସ୍ଥାରେ ଏଣିକି ସେମାନଙ୍କୁ ଆଉ କୌଣସି ଶୁÂ ଦେବାକୁ ପଡ଼ିବନି । ପୂର୍ବରୁ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଙ୍କୁ ଏହି ନିୟମ ଲାଗୁ କରି ଗ୍ରାହକଙ୍କୁ ଫାଇଦା ଦେବାକୁ ପ୍ରସ୍ତାବ ଦେଇଥିଲା । ତେବେ ଏସ୍ୱିଆଇ ଆସନ୍ତା ଅଗଷ୍ଟ ୧ରୁ ଏହି ସୁବିଧା ଦେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଟଙ୍କା ପଠାଇବା ପ୍ରକ୍ରିୟା ସହଜ ହୋଇଯାଇଥିଲେ ମଧ୍ୟ ପୂର୍ବରୁ ଏପରି କାରବାର ପାଇଁ ଆଇଏମ୍ପିଏସ୍, ଏନ୍ଇଏଫଫି ଏବଂ ଆରଟିଜିଏସ୍ ହିଁ ମୁଖ୍ୟ ମାଧ୍ୟମ ଥିଲା । ଏହି ବ୍ୟବସ୍ଥା ସାମୂହିକଭାବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଅଧୀନରେ ଥାଏ ।ଆଇଏମ୍ପିଏସ୍ - ଇମ୍ମିଡିଏଟ୍ ପେମେଣ୍ଟ ସର୍ଭିସେସ୍କୁ ସଂକ୍ଷେପରେ ଆଇଏମ୍ପିଏସ୍ କୁହାଯାଏ । ମୋବାଇଲ ଜରିଆରେ ଏହି କାରବାର କରାଯାଇଥାଏ । ଗ୍ରାହକ ନିଜ ମୋବାଇଲ ଜରିଆରେ ନିଜ ଆକାଉଣ୍ଟରୁ ଅନ୍ୟଜଣଙ୍କୁ ଅର୍ଥ ପଠାଇଥାନ୍ତି । ଏନ¬ିସିଆଇ ଦ୍ୱାରା ଏହି ସୁବିଧା କରାଯାଇଛି । ଏଥିରେ ୨୪ ଘଣ୍ଟା ଟଙ୍କା ପଠାଇବା କାମ କରିହୁଏ । ଏଥିରେ ସବୁଠାରୁ ବଡ଼ କଥା ହେଉଛି ପଠାଇବା କ୍ଷଣି ତ୍ୱରିତ ବେଗରେ ଅନ୍ୟ ଆକାଉଣ୍ଟରେ ସେହି ପରିମାଣର ଟଙ୍କା ଚିଯାଇଥାଏ । ଏପରିକି ରାତି ବା ଦିନ, ଯେକୌଣସି ସମୟରେ ଟଙ୍କା ପଠାଇଲେ ମଧ୍ୟ ଟଙ୍କା ପହଞ୍ଚିବାର ବେଗ ସମାନ ରହିବ । ଏପରିକି ଛୁଟି ଦିନରେ ମଧ୍ୟ ଏହା ବ୍ୟବହାର କରାଯାଇପାରିବଛ ଅନ୍ୟ ବ୍ୟବସ୍ଥାରେ ଛୁଟି ଦିନରେ ଟଙ୍କା ଟ୍ରାନ୍ସଫର କଲେ ଏହା ୱାର୍କିଂ ଡେ’ ଯାଏ ପଡ଼ିରହିଥାଏ ।