ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

July 12, 2019, ଦେଶ, , Anupambharat News Bureau


ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ
Anupambharat News Bureau
July 12, 2019

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଛି ଅକଚୁରା ଗାଁ । ଏହା ପାକିସ୍ତାନ ପଟରେ ରହିଛି । ଏହି ଗାଁର ନାଳରେ ଏକ ଛୋଟ ଛୁଆ ଭାସି ଯାଇଥିଲା । ଛୁଆଟିର ମୃତଦେହଟି ନାଳରେ ଭାସି ଭାରତ ପଟକୁ ଚାଲି ଆସିଥିଲା । ସୀମାରେ ମୁତୟନ ଭାରତୀୟ ଯବାନମାନେ ମୃତ ଦେହଟିକୁ ଉଦ୍ଧାର କରିଥିଲେ । ଏହା ପରେ ସେମାନେ ମୃତଦେହଟିକୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରିଥିଲେ । ମୃତ ଶିଶୁଟିର ନାଁ ଅବିଦ୍‌ ଶେଖ୍‌ । ସେ ଘର ବାହାରେ ଖେଳୁ ଥିବା ବେଳେ ହଠାତ୍‌ ନାଳରେ ପଡ଼ି ଯାଇଥିଲା । ଭାରତୀୟ ଯବାନମାନେ ମୃତଦେହଟିକୁ ଉଦ୍ଧାର କରିବା ପରେ ତା’ର ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ପରେ ଦୁଧଗଇ ନାମକ ସ୍ଥାନରେ ତାକୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

Read More...

ଅଗଷ୍ଟରୁ ପୁଣି ଆରମ୍ଭ ହେବ  ‘କୌନ ବନେଗା କରୋଡପତି’

ଅଗଷ୍ଟରୁ ପୁଣି ଆରମ୍ଭ ହେବ ‘କୌନ ବନେଗା କରୋଡପତି’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page