ଧର୍ମରକ୍ଷାସେନା ସଭାପତିଙ୍କୁ ଗୁଳିମାଡ

July 14, 2019, ଓଡ଼ିଶା, , Anupambharat News Bureau


ଧର୍ମରକ୍ଷାସେନା ସଭାପତିଙ୍କୁ ଗୁଳିମାଡ
Anupambharat News Bureau
July 14, 2019

କେନ୍ଦ୍ରାପଡା,୧୫ା୭(ଅନୁପମ ମିଡିଆ): ଧର୍ମରକ୍ଷା ସେନାର ସଭାପତି ତଥା ରାମନଗରପାଟଣା ଗ୍ରାମର ବିବେକାନନ୍ଦ ମହାରଣା(ବାବୁଲି)ଙ୍କୁ ଶନିବାର ରାତି ପ୍ରାୟ ସାଢେ ୮ଟାରୁ ୯ଟା ସମୟ ମଧ୍ୟରେ ଗୁଲନଗର ଦଣ୍ଡାମୁଣ୍ଡ ଛକ ନିକଟରେ ଗୁଳିମାଡ କରାଯାଇଥିବା ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ରଙ୍କ ନିକଟରୁ ସୂଚନା ମିଳିଛି । ବାବୁଲି ରାମନଗରପାଟଣାସ୍ଥିତ ନିଜ ଘରୁ ତିନିମୁହାଣିସ୍ଥିତ ରାମ ମନ୍ଦିରକୁ ଆସୁଥିବା ବେଳେ କେହି ଦୁର୍ବୃତ ତାଙ୍କ ଉପରକୁ ବନ୍ଧକରୁ ୨ରାଉଣ୍ଡ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ସେହି ଗୁଳି ଦୁଇଟି ବାବୁଲିର ତଳିପେଟରେ ବାଜିବାରୁ ସେ ବାଇକରୁ ଖସିପଡିଥିଲା । ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖୟ ଚିକିସିାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତ୍ତର ହେବାରୁ ବାବୁଲିକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ ସାରା ସହରରେ ଚାଂଚଲ୍ୟ ଖେଳାଇଦେବା ସହ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି କେନ୍ଦ୍ରାପଡା ସହରରେ ସେହି ଘଟଣାକୁ ନେଇ ଦୁହୁରିଆ,ତିନିମୁହାଣିଛକ,ଗୁଲନଗର ଦଣ୍ଡାମୁଣ୍ଡଛକ ଓ ଗରାପୁର କୋଠିଛକରେ ଟାୟାର ଜଳାଇ ରାସ୍ତା ରୋକ କରାଯାଇଥିଲା । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ।କେନ୍ଦ୍ରାଚଂଳ ପୋଲିସ ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀ ଖବରପାଇ କେନ୍ଦ୍ରାପଡାରେ ପହଁଚିଛନ୍ତି । ବର୍ତ୍ତମାନ ସୁଦ୍ଧା ଗୁଳି ଚଳାଇଥିବା ଦୁର୍ବୃତକୁ ଧରାଯାଇପାରି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡକାୟତି ଅଭିଯୋଗରେ ୪ ଗିରଫ, ସୁନା ଅଳଙ୍କାର ଜବତ

ଡକାୟତି ଅଭିଯୋଗରେ ୪ ଗିରଫ, ସୁନା ଅଳଙ୍କାର ଜବତ

Read More...

ବାହୁଡ଼ା ଯାତ୍ରା ଦେଖାଇ ନନେବାରୁ ଆତ୍ମହତ୍ୟା

ବାହୁଡ଼ା ଯାତ୍ରା ଦେଖାଇ ନନେବାରୁ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page