ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

July 15, 2019, ବିଦେଶ, , Anupambharat News Bureau


ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
Anupambharat News Bureau
July 15, 2019

ଜାକର୍ତ୍ତା: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରିକଫର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡ଼ିଛି । ଭୂକମ୍ପ ଝଟ୍‌କା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଯଦିଓ ସରକାରୀ ଭାବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ତଥାପି ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି । ଭୂକମ୍ପ ପରେ କୌଣସି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇନାହିଁ । ସ୍ଥାନୀୟ ସମୟ ସକାଳ ୬.୨୮ରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଟେରନେଟ୍‌ ଠାରୁ ୧୬୫ କିମି ଦୂରରେ ବୋଲି ଜଣାପଡ଼ିଛି ତେବେ ଭୂକମ୍ପର ଶଦ୍ଧ ଏତେ ଭୟଙ୍କର ଯେ ଲୋକମାନେ ରାସ୍ତା ଉପରକୁ ଚାଲି ଆସିଥିଲେ । ଦୀର୍ଘ ସମୟ ଧରି ସେମାନେ ଖୋଲା ସ୍ଥାନରେ ବିଶ୍ରାମ ନେଇଥିବା ଦେଖିବାକୁ ମିଳିଥିଲା । ଗତ ସପ୍ତାହରେ ଏହି ଅଞ୍ଚଳରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଳିତ ମହିଳାଙ୍କୁ ଥାନାରେ ଅଟକ ରଖି ଗଣଦୁଷ୍କର୍ମ

ଦଳିତ ମହିଳାଙ୍କୁ ଥାନାରେ ଅଟକ ରଖି ଗଣଦୁଷ୍କର୍ମ

Read More...

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page