ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି, ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

October 02, 2019, ଓଡ଼ିଶା, , Anupambharat News Bureau


ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି,  ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
Anupambharat News Bureau
October 02, 2019

ଭୁବନେଶ୍ୱର,୨ ।୧୦(ଅନୁପମ ମଡିଆ): ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି । ଲୋକଙ୍କୁ ଫୋନ କରି ମୁଖ୍ୟମନ୍ତ୍ରୀ ଏଭଳି କିଛି ଢ଼ଙ୍ଗରେ ସେମାନଙ୍କ ମତାମତ ଲୋଡ଼ିଛନ୍ତି । ପ୍ରଶାସନିକ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟାପକ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିିବା ବହୁ ପ୍ରତିକ୍ଷିତ ମୋ ସରକାର କାର୍ଯ୍ୟକ୍ରମ ବୁଧବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନବୀନ ନିବାସରୁ ୮ ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ ନମ୍ବରକୁ ସେ ଫୋନ୍‌ କରିଥିଲେ । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଥାନା ଓ ଡାକ୍ତରଖାନା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ ଏବଂ ଏଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ସେ କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାକୁ ଯାଇ ମୋ ସରକାର ଲୋଗ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଥିଲେ । ଆଜିଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡ଼ିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକେଫାବର ୩୦ ତାରିଖ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ବେହ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୫ ସ୍ୱାଧିନତା ଦିବସ ଦିନ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ଜନମତ ବିକ୍ଷିପ୍ତ ଭାବରେ ସଂଗ୍ରହ କରାଯିବ । ଏହା ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନୁହେଁ । କେବଳ ସରକାରୀ କର୍ମଚାରୀଙ୍କର ବ୍ୟବହାର ବୃଦ୍ଧି ସହ ମତାମତ ଗ୍ରହଣ କରାଯାଇ ବ୍ୟବସ୍ଥାର ଉନ୍ନତି ଆଣିବା ମୂଳ ଲକ୍ଷ୍ୟ । ବ୍ୟବସ୍ଥାରେ ଉନ୍ନତି ହିଁ ଜନ ସାଧାରଣଙ୍କ ଜୀବନର ଦିଗଦର୍ଶନ ଆଣିପାରିବ । ସରକାରୀ ଅନୁଷ୍ଠାନକୁ କାମ ପାଇଁ ଆସୁଥିବା ସବୁ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ପଞ୍ଜୀକରଣ କରାଯିବ ଏବଂ ୨୪ ଘଣ୍ଟା ମଧ୍ୟରେ ସେ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫୋନକୁ ଏସଏମଏସ କରାଯିବ । ଯଦି ଏହା ନ ଯାଏ କିମ୍ବା ତାଙ୍କ ନମ୍ବର ପଞ୍ଜୀକୃତ ହୋଇନଥାଏ ତେବେ ସମ୍ପୃକ୍ତ ବ୍ୟକ୍ତି ୧୪୫୪୫ ନମ୍ବରକୁ ମିସ୍‌ କଲ କରି ନିଜର ଟେଲି ଫୋନ ନମ୍ବରକୁ ପଞ୍ଜୀକୃତ କରିପାରିବେ । ମୋ ସରକାର ପୋର୍ଟାଲକୁ ବିକ୍ଷିପ୍ତ ଭାବରେ ଟେଲିଫୋନ ନମ୍ବର ସଂଗ୍ରହ କରାଯିବ ଏବଂ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଥାନା କ୍ଷେତ୍ରରେ ପୋଲିସ ମହାନିର୍ଦ୍ଦେଶକ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକକଙ୍କୁ ଫୋନ୍‌ କରି ଜନ ସାଧାରଣଙ୍କ ମତାମତ ଲୋଡ଼ିବୋ ଏହି ମତାମତ ଭିତ୍ତିରେ ସମ୍ପୃକ୍ତ ଥାନା ବା ଡାକ୍ତରଖାନାର କର୍ମଚାରୀ ମାନଙ୍କୁ ଭଲ ଓ ଖରାପ
ର୍ୟାଙ୍କ ଦିଆଯିବ । ଭଲ ର୍ୟାଙ୍କ ପାଇଥିବା କର୍ମଚାରୀଙ୍କୁ ଆଗୁଆ ଓ ଖରାପ ର୍ୟାଙ୍କ ପାଇଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟାଳୟ ବ୍ୟବସ୍ଥା ଏବଂ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ନକରାତ୍ମକ ମତାମତ ଦେଇଥିବା ବ୍ୟକ୍ତି ମାନଙ୍କର ନାମ ଗୋପନ ରଖାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକା ଝିଅକୁ ପିତା ବିକ୍ରି କଲା, ୨ ଅଟକ

ନାବାଳିକା ଝିଅକୁ ପିତା ବିକ୍ରି କଲା, ୨ ଅଟକ

Read More...

ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ଗୃହ ମନ୍ତ୍ରାଳୟର ଚିଠି, କେନ୍ଦ୍ରାପଡ଼ାରେ ଏନ୍‌ଆରସିର ନବୀକରଣ ହେବ

ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ଗୃହ ମନ୍ତ୍ରାଳୟର ଚିଠି, କେନ୍ଦ୍ରାପଡ଼ାରେ ଏନ୍‌ଆରସିର ନବୀକରଣ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page