କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

October 11, 2019, ଓଡ଼ିଶା, , Anupambharat News Bureau


କୋଣାର୍କ ଏକ୍ସପ୍ରେସ୍‌ରୁ ଅଚିହ୍ନା ଯୁବକଙ୍କ  ଶବ ଉଦ୍ଧାର
Anupambharat News Bureau
October 11, 2019

ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ଗତକାଲି ରାତି ପ୍ରାୟ ୧ଟାରେ ବ୍ରହ୍ମପୁର ଜିଆର୍‌ପି ଥାନା ପୋଲିସ କୋଣାର୍କ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ ୧ଟାରେ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ ଟ୍ରେନ୍‌ ବ୍ରହ୍ମପୁର ରେଳ ଷ୍ଟେସନ୍‌ର ୧ନଂ. ପ୍ଲାଟ୍‌ଫର୍ମରେ ପହଞ୍ଚିବା ପରେ ସାଧାରଣ ବଗିର କିଛି ଯାତ୍ରୀ ବଗି ପାଇଖାନା ଭିତରେ ଜଣେ ଯୁବକଙ୍କ ଶବ ଥିବା ନେଇ ସୂଚନା ଦେଇଥିଲେ । ଉକ୍ତ ସୂଚନା ପାଇ ଜିଆର୍‌ପି ଥାନା ପୋଲିସ ତୁରନ୍ତ ଟ୍ରେନ୍‌ ନିକଟକୁ ପହଞ୍ଚି ପାଇଖାନା ଭିତରୁ ଶବକୁ ଉଦ୍ଧାର କରିଥିଲେ । ମୃତ ଯୁବକଙ୍କ ବୟସ ପ୍ରାୟ ୨୬, ସେ ଗୋଟିଏ ଧଳା ଓ କଳା ରଙ୍ଗର ଟି-ସାର୍ଟ ଓ ଜିନ୍ସ ପ୍ୟାଣ୍ଟ୍‌ ପିନ୍ଧିଥିବାବେଳେ ତାଙ୍କ ନିକଟରୁ ପୁନେ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ଏକ ଟ୍ରେନ୍‌ ଟିକଟ୍‌ ଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଖବର ପାଇ ଜିଆର୍‌ପି ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ

ରାଜ୍ୟ ସରକାରଙ୍କ ୫-T ସଫଳତା ନେଇ ଏସ୍‌ପିଙ୍କ ଅଭିଯାନ

Read More...

ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ

ବ୍ରହ୍ମପୁରରେ ବଡ଼ଧରଣର ଜୁଆଆzା ଚଢ଼ଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page