ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

October 12, 2019, ଓଡ଼ିଶା, , Anupambharat News Bureau


 ବିଜେପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର
Anupambharat News Bureau
October 12, 2019

ଭୁବନେଶ୍ୱର/ବିଜେପୁର, ୧୧ ।୧୦ ।(ଅନୁପମ ମିଡିଆ) ବିଜେପୁରର ଦାୟିତ୍ୱ ନେବା କହି ଅଞ୍ଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ମଣ୍ଡଳିର ଗାଇସିଲଟ୍‌ ବ୍ଲକର ତାଲପାଲି ଓ ଆଗଲପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଅପରପକ୍ଷରେ ଧର୍ମେନ୍ଦ୍ର ଯେତେ ପ୍ରଚାର କଲେ ବି କିଛି ଫରକ୍‌ ପଡ଼ିବନି । ପୁଣି ଥରେ ବିଜେଡ଼ି ବିଜେପୁରରେ ବିଜୟ ବାନା ଉଡ଼ାଇବ । ବିଜେଡ଼ି ୩୫ ହଜାର ଭୋଟ୍‌ ବ୍ୟବଧାନରେ ଜିତିବ ବୋଲି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ସଭାରେ ପ୍ରଶ୍ନ କରିଛନ୍ତି ଯେ ବିଜେପୁରରେ କଣ ପାଇଁ ଉପନିର୍ବାଚନ ହେଉଛି? ଏହା ମୂଳ ପ୍ରସଙ୍ଗ । ଗତ ସାଧାରଣ ନିର୍ବାଚନରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ ଦେଇଥିଲେ । ‘ମୁଁ ବିଜେପୁରର ବିକାଶ କରିବି’ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହିଥିଲେ କିନ୍ତୁ ବିଜେପୁରରେ ବିଜୟ ହାସଲ କରିବା ପରେ ମଧ୍ୟ ଏଠାରେ ବିକାଶ କୁଆଡେ ଗଲା? ଲମ୍ବା ସମୟ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ କାହିଁକି ହିିଞ୍ଜିଳି ଆସନରୁ ନଓହରି ବିଜେପୁର ଆସନରୁ ଓହରିଗଲେ? କାହଁକି ବିଜେପୁରବାସୀଙ୍କ ଭରସାକୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କଲେ? ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଁ ସମଲେଇଙ୍କ ପାଖରେ ଶପଥ ରଖି କୁହନ୍ତୁ ବିଜେପୁର ପାଇଁ ସେ କଣ କରିଛନ୍ତି ।
ରାଜ୍ୟ ସରକାର ଏବେ ମୋ ସରକାର ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହା ପୂର୍ବରୁ ରାଜ୍ୟରେ କାହା ସରକାର ଥିଲା? ଦୁର୍ନୀତିଗ୍ରସ୍ତ ଲୋକଙ୍କର ନା ଚିଟ୍‌ଫଣ୍ଡ ଚୋର ମାନଙ୍କର ନା ଓଡିଆ ଲୋକଙ୍କୁ ଠକୁଥିବା ଲୋକଙ୍କର ସରକାର ଥିଲା ବୋଲି ପ୍ରଧାନ କହିଛନ୍ତି । ପଶ୍ଚିମ ଓଡିଶାରେ ବିକାଶ କରିବା ପାଇଁ ମୋଦି ସରକାର ପ୍ରତିବଦ୍ଧ । ଯେ କାମ କରୁଛି ତାକୁ ଭରସା କରିବା ଦରକାର, ଯେ ପ୍ରତାରଣା କରୁଛି ତାକୁ ନୁହେଁ । ତେଣୁ ଦେଶରେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଅବସରରେ ପ୍ରଧାନ ବିଜେପୁରର ବିଭିନ୍ନ ସ୍ଥାନରେ ଦଳୀୟ ଶୋଭାଯାତ୍ରାରେପ୍ରାର୍ଥୀ ସନତ ଗଡତିଆ ଓ ବରିଷ୍ଠ ନେତାଙ୍କ ସହ ଯୋଗଦେଇ ଦଳୀୟ ପ୍ରାର୍ଥୀ ଗଡତିଆଙ୍କୁ ପଦ୍ମ ଫୁଲରେ ମୋହରମାରି ଜୟଯୁକ୍ତ କରିବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାମରା ବନ୍ଦରରେ ଅଘଟଣ, ବିଦ୍ୟୁତ ସର୍ଟ ସର୍କିଟରେ ୩ ଗୁରୁତର, ୧ ମୃତ

ଧାମରା ବନ୍ଦରରେ ଅଘଟଣ, ବିଦ୍ୟୁତ ସର୍ଟ ସର୍କିଟରେ ୩ ଗୁରୁତର, ୧ ମୃତ

Read More...

ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

ଦୁଇ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ ମା’ ମୃତ, ଦୁଇ ଝିଅ ଗୁରୁତର, ସ୍ୱାମୀ ଅଟକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page