କଟକ,୧୨ା୧୦(ଅନୁପମ ମିଡିଆ): ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲର ନୁ୍ୟ ମେଡିସିନ ୱାର୍ଡରେ ଚିକିସିାଧୀନ ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ କୋଠାର ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଗତ ୬ ଦିନ ପୂର୍ବରୁ ଏହି ୱାର୍ଡରେ ଚିକିସିାଧୀନ ବୃଦ୍ଧ ଜଣକ ୱାର୍ଡ ମଧ୍ୟରେ ଇତଃସ୍ତତ ଭାବେ ବୁଲିବା ପରେ ଏକ ଝରକା ଗ୍ରୀଲକୁ ଭାଙ୍ଗି ତଳକୁ ଡେଇଁପଡିଥିଲେ । ଖବର ପାଇ ମେଡିକାଲ ଫାଣ୍ଡି ପୋଲିସଙ୍କ ସହିତ ୱାର୍ଡର କର୍ମଚାରୀମାନେ ତଳକୁ ଆସି ତାଙ୍କୁ ଚିକିସିା ନିମନ୍ତେ କାଜୁଆଲିଟିରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର କୈାଣସି ପରିଚୟ ନଥିବାରୁ ଏସସିବିରେ ଶବ ସଂରକ୍ଷିତ ରଖାଯାଇଛି ।