ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପର୍ୱାନା ଜାରି କରିଛନ୍ତି । ତାଙ୍କ ବିରୋଧରେ ପ୍ରଯୋଜକ ଅଜୟ କୁମାର ଚେକ୍ ବାଉନ୍ସ ନେଇ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଫିଲ୍ମ ‘ଦେଶୀ ମ୍ୟାଜିକ୍’ ପାଇଁ ଅମୀଷାଙ୍କୁ ୩ କୋଟି ଟଙ୍କା ଧାର ଦେଇଥିଲେ ଅଜୟ । ଅମୀଷା ଏହି ଫିଲ୍ମର ପ୍ରଯୋଜକ ଥିଲେ । ଶୁଟିଂ ସମୟରେ ଟଙ୍କା କମ୍ ପଡ଼ିବାରୁ ସେ ଅଜୟଙ୍କଠାରୁ ଏହି ଟଙ୍କା ନେଇଥିଲେ ।
ଫିଲ୍ମର ଶୁଟିଂ ଶେଷ ହେବା ପରେ ଅଜୟ ତାଙ୍କୁ ଟଙ୍କା ମାଗି ଥିଲେ । ତେବେ ଅମୀଷା ତାଙ୍କ କଥା ଶୁଣି ନଥିଲେ । ଅଜୟ ପୁଣି ଟଙ୍କା ମାଗିବା ପରେ ଅମୀଷା ୨.୫ କୋଟି ଟଙ୍କାର ଏକ ଚେକ୍ ଦେଇଥିଲେ । ତେବେ ତାହା ବାଉନ୍ସ ହୋଇ ଯାଇଥିଲା । ଏହା ପରେ ଅଜୟ ରାଞ୍ଚିର ଏକ କୋର୍ଟରେ ଏ ନେଇ ମାମଲା ରୁଜୁ କରିଥିଲେ । କୋର୍ଟରେ ମାମଲା ରୁଜୁ ହେବା ପରଠୁ ଅଜୟ ଅନେକ ଥର ଅମୀଷାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ଧରାଛୁଆଁ ଦେଇ ନଥିଲେ କି ଥରେ ବି ନିଜ ଆଡ଼ୁ ଯୋଗାଯୋଗ କରିବାକୁ ଚାହିଁ ନଥିଲେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅମୀଷାଙ୍କ ବିରୁଦ୍ଧରେ ୧୧ ଲକ୍ଷ ଟଙ୍କା ଠକେଇର ଅଭିଯୋଗ ହୋଇଥିଲା । ସେ ଏକ ବାହାଘରରେ ନାଚିବା ପାଇଁ ୧୧ ଲକ୍ଷ ଟଙ୍କା ଆଡଭାନ୍ସରେ ନେଇଥିଲେ । ହେଲେ ବାହାଘର ଦିନ ସେଠାକୁ ଯାଇ ନଥିଲେ ।
ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପର୍ୱାନା ଜାରି କରିଛନ୍ତି । ତାଙ୍କ ବିରୋଧରେ ପ୍ରଯୋଜକ ଅଜୟ କୁମାର ଚେକ୍ ବାଉନ୍ସ ନେଇ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି