ମାନବ ଚାଲାଣ କରୁଥିବା ୪୧ ଦଲାଲ ଗିରଫ

October 12, 2019, ଓଡ଼ିଶା, , Anupambharat News Bureau


ମାନବ ଚାଲାଣ କରୁଥିବା ୪୧ ଦଲାଲ ଗିରଫ
Anupambharat News Bureau
October 12, 2019

କଟକ, ୧୨ା୧୦(ଅନୁପମମିଡ଼ିଆ): ବେଆଇନ୍‌ ଭାବେ ରାଜ୍ୟରୁ ଶ୍ରମିକ ଚାଲାଣ କରଥିବା ଅଭିଯୋଗରେ ୪୧ ଜଣ ଦଲାଲ୍‌ ଗିରଫ ହୋଇଛନ୍ତି । ବଲାଙ୍ଗୀରରୁ ୨୫ ଏବଂ ନୂଆପଡା ଜିଲ୍ଲାରୁ ୧୬ ଜଣ ଦଲାଲ୍‌ ଗିରଫ ହୋଇଛନ୍ତି । ରାଜ୍ୟ ବାହାରକୁ ଚାଲାଣ କରୁଥିବା ଦଲାଲମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ଡିଜିପି ବି କେ ଶର୍ମା ନିର୍ଦ୍ଦେଶ ଦେବା ପରେ ଗତକାଲି ରାତିରେ ପ୍ରଥମ ଥର ପାଇଁ ଏହି ଦୁଇ ଜିଲ୍ଲାର ୪୧ ଜଣ ଦଲାଲଙ୍କୁ ବିଭିନ୍ନ ଥାନା ପୋଲିସ ଗିରଫ କରିଛି । ରାଜ୍ୟ ପୋଲିସ ସଦର ମହକୁମାରୁ ମିଳିଥିବା ଖବର ଅନୁସାରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାrି ଥାନା ପୋଲିସ ୮ ଜଣ, ତୁରେଇକେଲା ୬ ଜଣ, ବେଲପଡା ୫ ଜଣ, ଖପ୍ରାଖୋଲ ୪ ଜଣ ଏବଂ ଲାଠୋର
ଥାନା ପୋଲିସ ୨ ଜଣଙ୍କୁ ମିଶାଇ ବଲାଙ୍ଗୀର ପୋଲିସ ମୋଟ ୨୫ ଜଣଙ୍କୁ ଗିରଫ କରିଥିବା ବେଳେ ନୂଆପଡା ଜିଲ୍ଲା ପୋଲିସ ୧୬ ଜଣଙ୍କୁ ଗିରଫ କରିଛି । ନୂଆପଡା ଜିଲ୍ଲାର ବେଲଟୁକୁରି ଥାନା ପୋଲିସ ୩ ଜଣ, ଜଙ୍କ ୫ ଜଣ, କୋମନା ୨ ଜଣ, ଖରିଆର ୩ ଜଣ, ବୋଡେନ୍‌ ଜଣେ ଏବଂ ସିନାପାଲି ଥାନା ପୋଲିସ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ ମୋଟ ୧୫ଟି ମାମଲା ରୁଜୁ ହୋଇଛି । ତନ୍ମଧ୍ୟରୁ ବଲାଙ୍ଗୀର ଜିଲ୍ଲାରେ ୯ଟି ଏଂବ ନୂଆପଡା ଜିଲ୍ଲାରେ ୬ଟି ମାମଲା ରୁଜୁ ହୋଇଛି । ଆଇପିସିର ଦଫା ୧୨୦ (ଖ), ୩୭୦(୨) ଓ (୩), ୪୧୭ ଓ ୩୪ରେ ଏହିସବୁ ମାମଲା ରୁଜୁ ହୋଇଛି । ଏହିସବୁ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରିବାକୁ ଉଦ୍ୟମ ଜାରି ରଖିଛି । ବେଆଇନ ମାନବ ଚାଲାଣ ବିରୋଧରେ ଓଡିଶା ପୋଲିସର ଏହି ଅଭିଯାନ ରାଜ୍ୟ ସରକାରଙ୍କର ୫-ଟି ସଂସ୍କାର କାର୍ଯ୍ୟକ୍ରମର ଅଂଶବିଶେଷ । ଆଗାମୀ ଦିନରେ ଏପରି ଶ୍ରମିକ ଚାଲାଣକାରୀ ଦଲାଲଙ୍କ ବିରୋଧରେ ପୋଲିସ ପଦକ୍ଷେପ ଜାରି ରହିବ ବୋଲି ଡିଜିପି ଶର୍ମା ସ୍ପଷ୍ଟ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାମଲାପୁରମ ବେଳାଭୂମି  ସଫା କଲେ ମୋଦି

ମାମଲାପୁରମ ବେଳାଭୂମି ସଫା କଲେ ମୋଦି

Read More...

ଭୂଷଣର ୪,୦୨୫ କୋଟି ସମ୍ପତ୍ତି ଜବତ

ଭୂଷଣର ୪,୦୨୫ କୋଟି ସମ୍ପତ୍ତି ଜବତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page