ଓଟିଇଟି ଅନିୟମିତତା ପ୍ରତିବାଦ : ଏବିଭିପି ପକ୍ଷରୁ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ

October 14, 2019, ଓଡ଼ିଶା, , Anupambharat News Bureau


ଓଟିଇଟି ଅନିୟମିତତା ପ୍ରତିବାଦ : ଏବିଭିପି ପକ୍ଷରୁ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ
Anupambharat News Bureau
October 14, 2019

କଟକ,୧୪ା୧୦(ଅନୁପମମିଡ଼ିଆ): ଓଟିଇଟିରେ ଅନିୟମିତତାକୁ ନେଇ ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଭିଯୋଗ ଅନୁଯାୟୀ ୨୦୧୯ରେ ହୋଇଥିବା ଓଟିଇଟି ପରୀକ୍ଷାରେ ବହୁ ଅନିୟମିତତା ଦେଖାଯାଇଥିଲା । ଏହା ପୂର୍ବରୁ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହେବା ଦ୍ୱାରା ଉକ୍ତ ପରୀକ୍ଷାକୁ ବାତିଲ କରାଯାଇ ଆଉଥରେ ଅନଲାଇନରେ ପରୀକ୍ଷା ହୋଇଥିଲା । ତେବେ ଅନଲାଇନରେ ପରୀକ୍ଷା ହୋଇଥିବା ସମୟରେ ପୁଣି ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ଏବଂ ଏହାକୁ ବୋର୍ଡ଼ କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକାର କରିଥିଲେ । ସେହିଭଳି ଏହାର ୨ମାସ ପରେ ପ୍ରଶ୍ନପତ୍ରର ଆନ୍ସର କୀ ମଧ୍ୟ ବୋର୍ଡ଼ େୱବସାଇଟରେ ଉପଲବ୍ଧ ହୋଇଥିଲା ।
ଏହି ଆନ୍ସର କୀରେ ଅଧିକାଂଶ ପ୍ରଶ୍ୱ ଏବଂ ଉତ୍ତର ଭୂଲ ଥିବା ପରିଲକ୍ଷିତ ହୋଇଥିଲା । ତେବେ ଏହା ବିରୋଧରେ ପରୀକ୍ଷାର୍ଥୀମାନେ ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ ମଧ୍ୟ ପ୍ରତି ପ୍ରଶ୍ନକୁ ଚାଲେ କରିବା ପାଇଁ ୫୦୦ଟଙ୍କା ଲେଖାଏ ନେଉଥିବା ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଶୋଷଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଏଭଳି ଖାମଖିଆଲି କାର୍ଯ୍ୟ ପ୍ରତିବାଦରେ ଆଜି ଶତାଧିକ ପରୀକ୍ଷାର୍ଥୀ ଏହି ଆନ୍ଦୋଳନରେ ଯୋଗଦେଇ ନିଜର ହକ୍‌ ପାଇବା ପାଇଁ ଦାବି କରିଥିଲେ । ଯେଉଁ କର୍ତ୍ତୃପକ୍ଷ ଏଭଳି ଭୁଲ ଏବଂ ଅନିୟମିତତା ପାଇଁ ଦାୟୀ ସେମାନଙ୍କୁ ତୁର‘ ନିଲମ୍ବନ କରାଯିବା ପାଇଁ ପରିଷଦର ରାଜ୍ୟ ସମ୍ପାଦକ ଶଶିକା‘ ମିଶ୍ର ଦାବି କରିଥିଲେ । ଏହି ବିକ୍ଷୋଭରେ ରାଜ୍ୟ ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ, ସହ ସମ୍ପାଦିକା ସଂଗୀତା ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୋନାଲି ବେହେରା, କଟକ ଜିଲ୍ଲା ସଂଯୋଜକ ଓମ ପ୍ରକାଶ ପଣ୍ଡା, ସାଇ ପ୍ରିତମ ସେନାପତି ପ୍ରମୁଖ ନେତୃତ୍ୱ ନେଇଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିଜେପିର ଛ’ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ବିଜେପିର ଛ’ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

Read More...

ପୋଲିସ ଏନକାଉଣ୍ଟରରେ ଜିତୁ ସହଯୋଗୀ ମୁନା ଦେହୁରୀ ଆହତ

ପୋଲିସ ଏନକାଉଣ୍ଟରରେ ଜିତୁ ସହଯୋଗୀ ମୁନା ଦେହୁରୀ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page