କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

May 14, 2019, କ୍ରୀଡ଼ା, , Anupambharat News Bureau


କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି
Anupambharat News Bureau
May 14, 2019

ନୂଆଦିଲ୍ଲୀ,୧୩ ।୫: ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ ବୋଲି ଦକ୍ଷିଣ ଆଫି୍ରକାର ପୂର୍ବତନ ଷ୍ଟାର୍‌ ଫିଲïର ଜଣ୍ଟି ରୋଡ୍ସ ପ୍ରକାଶ କରିଛନ୍ତି । ଚଳିତବର୍ଷ ଇଂଲଣ୍ଡ ଠାରେ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ଖେଳାଯିବ । ଏହା ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ୧୦ଟି ଦଳ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବେ ।
ପ୍ରତ୍ୟେକ ଦଳ ପରସ୍ପର ସହ ମୁକାବିଲା କରିବେ ଏବଂ ଶ୍ରେଷ୍ଠ ଚାରୋଟି ଦଳ ଯୋଗ୍ୟତା ହାସଲ କରିବା ସହ ସେମିଫାଇନାଲ୍‌ରେ ପହଞ୍ଚିବେ । ଭାରତ ଶ୍ରେଷ୍ଠ ୧୫ଜଣିଆ ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳିବ । ଏଥିରେ କୌଣସି ଦଳକୁ ଫେଭରିଟ୍‌ ବୋଲ କୁହାଯାଇପାରିବନାହିଁ । ବିଶ୍ୱକପ୍‌ରେ ଫର୍ମାଟ୍‌ ପରିବର୍ତ୍ତନ ହୋଇଥିବାରୁ ଫେଭରିଟ୍‌ ବୋଲି ଅନୁମାନ ଏତେ ସହଜ ହୋଇନଥାଏ ବୋଲି ଏହି ଦକ୍ଷିଣ ଆଫି୍ରକାର ପୂର୍ବତନୂ ଷ୍ଟାର୍‌ ଖେଳାଳି ରୋଡ୍ସ ମତପ୍ରକାଶ କରିଛନ୍ତି । ରୋଡ୍ସ ଆହୁରୀ କହିଛନ୍ତି ଯେ, କୋହଲିଙ୍କ ନେତୃତ୍ୱାଧିନ ଭାରତର ଏକ ସନ୍ତୁଳନ ଦଳ ବୋଲି କହିବା ସହ ଯାହା ଅନ୍ୟ ଦଳ ପାଖରେ ରହିନାହିଁ ବୋଲି କହିଛନ୍ତି । ଭାରତର ୧୫ଜଣିଆ ଦଳରେ କିନ୍ତୁ ଅନ୍ୟ ସାମ୍ଭାବ୍ୟ ଛଅଟି ଅନ୍ୟ ଦଳ ଗୁଡିକ ପ୍ରାୟତଃ ସମାନ ରହିଛନ୍ତି । ବିଶ୍ୱକପ୍‌ରେ ଅନ୍ୟ ଶକ୍ତିଶାଳୀ ଗୁଡିକ ରହିଛନ୍ତି, ତାହା କେବଳ ଦଳର ସନ୍ତୁଳନ ୧୧ଜଣିଆ ଖେଳାଳି ସମନ୍ୱୟ ରହିଥାଏ ।
ଦଳରେ ବହୁ ଦକ୍ଷତା ସମ୍ପନ୍ନ ଖେଳାଳି ରହିଛନ୍ତି । ଭାରତର ବିଶ୍ୱକପ୍‌ ଅଭିଯାନ ଦକ୍ଷିଣ ଆଫି୍ରକା ସହ ଜୁନ୍‌ ୫ରେ ସାଉଥ୍‌ହମ୍ପଟନ୍‌ ଠାରେ ଖେଳିବ । ଭାରତୀୟ ଦଳରେ ବହୁ ଅଭିଜ୍ଞ ସମ୍ପନ୍ନ ଖେଳାଳି ରହିଛନ୍ତି । ଯୁବ ଖେଳାଳିଙ୍କ ମଧ୍ୟରେ ଜଶପ୍ରୀତ୍‌ ବୁମ୍‌ରା ମ୍ୟାଚ୍‌ର ଶେଷ ଓଭର ଗୁଡିକରେ ଶାଣିତ ବୋଲିଂ କରି ପ୍ରତିପକ୍ଷ ଦଳକୁ ରନ୍‌ କରିବାକୁ ସୁଯୋଗ ଦିଅନ୍ତି ନାହିଁ । ଭାରତ ପାଇଁ ସୁଯୋଗ ରହିଥିଲେ ମଧ୍ୟ ଅନ୍ୟ ଛଅଟି ଦଳର ଶ୍ରେଷ୍ଠ ଦଳ ଭାବେ ରହିଛନ୍ତି । େୱଷ୍ଟଇଣ୍ଡିଜ୍‌ ଭଳି ଦଳ ଉପରେ ସେ ମତ ପ୍ରକାଶ କରୁନାହାନ୍ତି, ବରଂ ର୍ୟାଙ୍କିଙ୍ଗ୍‌ରେ େୱଷ୍ଟଇଣ୍ଡିଜ୍‌ ସପ୍ତମ ସ୍ଥାନରେ ରହିଥିବା ଜଣାଯାଇଛି । େୱଷ୍ଟଇଣ୍ଡିଜ୍‌ ୫୦ଓଭର ବିଶିଷ୍ଟ ମ୍ୟାଚ୍‌ ଗୁଡିକ ଖେଳିବା ଆରମ୍ଭ କରିଛି । ଚଳିତ ବିଶ୍ୱକପ୍‌ ମହାକୁମ୍ଭରେ କୌଣସି ଦଳ ଫେଭରିଟ୍‌ ବୋଲି କୁହାଯାଉନାହିଁ । ପ୍ରତ୍ୟେକ ମ୍ୟାଚ୍‌ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବା ସହ ପଏଣ୍ଟ ଆବଶ୍ୟକ ହୋଇଥାଏ । ଫର୍ମାଟ୍‌ ପରିବର୍ତ୍ତନ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଖୋଲା ହୋଇଛି ବୋଲି ରୋଡ୍ସ କହିଛନ୍ତି । ୧୯୯୨ ବିଶ୍ୱକପ୍‌ରେ ମଧ୍ୟ ରାଉଣ୍ଡ ରବିନ୍‌ ଫର୍ମାଟ୍‌ ଖେଳାଯାଇଥିଲା । ସେହି ସମୟରେ କେବଳ ୯ଟି ଦଳ ଅଂଶଗ୍ରହଣ କରିଥିଲେ । ପାକିସ୍ତାନ ବିଶ୍ୱକପ୍‌ ଚାମ୍ପିଆନ୍‌ ହୋଇଥିଲା । ବିଶ୍ୱକପ୍‌ରେ ବହୁ ସହଯୋଗୀ ରାଷ୍ଟ୍ର ମଧ୍ୟ ଅଂଶଗ୍ରହଣ କରିବା ଉଚିତ ବୋଲି କହିଛନ୍ତି । କି୍ରକେଟ୍‌ ପ୍ରଶଂସକମାନେ ଶ୍ରେଷ୍ଠ ଖେଳାଳିଙ୍କୁ ବିଶ୍ୱକପ୍‌ ମହାକୁମ୍ଭରେ ଦେଖିବାକୁ ସୁଯୋଗ ପାଇବେ । ସେହିଥିପାଇଁ ପ୍ରତ୍ୟେକ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଦକ୍ଷିଣ ଆଫି୍ରକା କି୍ରକେଟ୍‌ ମ୍ୟାଚ୍‌ ଗୁଡିକରେ ଫିଲïିଂ ସବୁଠାରୁ ଜବରଦସ୍ତ ରହିଛି । ଭାରତୀୟ ଦଳରେ ଅଲ୍‌ରାଉଣ୍ଡର ବ୍ୟାଟ୍‌ସମ୍ୟାନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ବରୋଦା ଅଲ୍‌ରାଉଣ୍ଡର ୫୦ ଓଭର ବିଶିଷ୍ଟ ଫର୍ମାଟ୍‌ରେ ସହଜରେ ନିଜକୁ ଖାପଖୁଆଇ ପାରିବେ ବୋଲି କହିଥିଲେ । ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବା ସହ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲର୍‌ ମାନେ ୱିକେଟ୍‌ ହାସଲ କରିଥିଲେ । ଟି-୨୦ ମ୍ୟାଚ୍‌ ଗୁଡିକରେ ସହଜରେ ନିଜକୁ ଖାପଖୁଆଇ ପାରିଛନ୍ତି । କିନ୍ତୁ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ନିଜକୁ ଫିନିସ୍‌ କରିବାରେ ସବୁ ପ୍ରକାର ଉଦ୍ୟମ କରନ୍ତି । ମ୍ୟାଚ୍‌ରେ ପ୍ରାୟତଃ ୩୫ ଓଭରରେ ବ୍ୟାଟିଂ କଲେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ । ହାର୍ଦ୍ଦିକ୍‌ ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ କରିବା ସହ ହେଲିକପଫର ସଟ୍‌ ଖେଳିବାରେ ସିଦ୍ଧହସ୍ତ ବୋଲି କୁହାଯାଏ । ବିରାଟ କୋହଲି ମ୍ୟାଚ୍‌ ଫିନିସ କରିବାରେ ସକ୍ଷମ ହୋଇଥାନ୍ତି ବୋଲି ରୋଡ୍ସ୍‌ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

Read More...

 ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

ଧାର୍ଯ୍ୟ ଲକ୍ଷ୍ୟ ଫେଲ ମାରିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page