ହସ୍‌ପିଟାଲ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫକୋସ୍‌ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର

October 14, 2019, ଓଡ଼ିଶା, , Anupambharat News Bureau


ହସ୍‌ପିଟାଲ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫକୋସ୍‌   ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର
Anupambharat News Bureau
October 14, 2019

ଭୁବନେଶ୍ୱର,୧୪ ।୧୦(ଅନୁପମ ମିଡିଆ): ଦକ୍ଷିଣ ଓଡ଼ିଶାର ମାଲକାନଗିରି , ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକର ଭିତ୍ତିଭୂମିର ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି । ଡାକ୍ତରମାନଙ୍କ ପାଇଁ ରହିବା ଏବଂ ଆଟେଣ୍ଡାଣ୍ଟଙ୍କ ପାଇଁ ରେଷ୍ଟ ହାଉସ୍‌ କରାଯିବ । ଡାକ୍ତରଖାନା ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏହାବ୍ୟତୀତ ରୋଗୀ ମାନଙ୍କ କଲ୍ୟାଣ ପାଇଁ ସମ୍ପୃକ୍ତ ମେଡିକାଲରେ ୪ ଟି ରୋଗୀ କଲ୍ୟାଣ ସମିତି ୧୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଦିଆଯିବା ସହ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାପାଇଁ ଜିଲ୍ଲା ଏସପିଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଏହି ଘୋଷଣାରେ କୁହାଯାଇଛି । ଘୋଷଣା ଅନୁଯାୟୀ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ । ଏହା ସହ ପ୍ରତିଦିନ ରୋଗୀମାନଙ୍କ ପାଇଁ ମୋଟୁରୁ ମାଲକାନଗିରି ବସ୍‌ ଚାଲିବ । ସେହିପରି କୋରାପୁଟ ମେଡିକାଲ କଲେଜରେ ଶଯ୍ୟା ସଂଖ୍ୟା ୨ ବର୍ଷରେ ୫୦୦ରୁ ୭୦୦କୁ ବୃଦ୍ଧି ପାଇବ । ଷ୍ଟାଫ୍‌ କ୍ୱାର୍ଟର୍ସକୁ ଟ୍ରାଞ୍ଜିଟ୍‌ ହୋମ୍‌ କରାଯିବ । ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । କୋରାପୁଟ ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ । ନୂଆ ୱାର୍ଡ ଖୋଲାଯିବ । ଷ୍ଟାଫ୍‌ କ୍ୱାର୍ଟର ଓ ଆଟେଣ୍ଡାଣ୍ଟଙ୍କ ରେଷ୍ଟ
ହାଉସ୍‌ କରାଯିବ । ୨ଟି ଆମ୍ବୁଲାନ୍ସ
ଯୋଗାଇଦିଆଯିବ । ନବରଙ୍ଗପୁର ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୦୦ କୁ ବୃଦ୍ଧି କରାଯିବ । ୨୦୦ ଶଯ୍ୟା ବିଶିଷ୍ଟ ନୂଆ ବିଲïି ନିର୍ମାଣ କରାଯିବ । ଏହାସହ ୩ ଟି ଆମ୍ବୁଲାନ୍ସ ଓ ୩ ଟି ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । ଏହି ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପୋଲିସ୍‌ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି । ଏହି କ୍ରମରେ ସେ ୧୨୦ଟି କଲ୍‌ କରି ଲୋକଙ୍କ ଫିଡବ୍ୟାାକ୍‌ ନେଇଥିଲେ ଏବଂ ପ୍ରତିକ୍ରିୟା ସକରାତ୍ମକ ଥିଲା । ୧୫ଟି ଜିଲ୍ଲାରେ ମୋ ସରକାର କାର୍ଯ୍ୟକ୍ରମ କିପରି କାର୍ଯ୍ୟ କରୁଛି ତାର ନିରୀକ୍ଷଣ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଥିଲା । ମୋ ସରକାରର ପ୍ରଥମ ଦିନରେ ସମ୍ପୃକ୍ତ ଅଧିକାରୀମାନେ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କଠାରୁ ଫିଡ୍‌ ବ୍ୟାକ୍‌ ନେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Read More...

ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

ବ୍ୟାଙ୍କ୍‌ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page