ଜଳେଶ୍ୱରର ରାଇବଣିଆ ଅଞ୍ଚଳକୁ ହାତୀ କରିଡର ଦାବି

October 17, 2019, ଓଡ଼ିଶା, , Anupambharat News Bureau


ଜଳେଶ୍ୱରର ରାଇବଣିଆ ଅଞ୍ଚଳକୁ ହାତୀ କରିଡର ଦାବି
Anupambharat News Bureau
October 17, 2019

ଜଳେଶ୍ୱର ୧୭ ।୧୦(ଅନୁପମ ମିଡିଆ): ଦିନ କୁ ଦିନ ମାନବ ସମାଜ ଉନ୍ନତିର ଶିଖରରେ ପହଂଚିବାକୁ ପ୍ରୟାସ ଜାରି ରଖିଥିବା ବେଳେ ପ୍ରକୃତି ଓ ତାର ଜୀବଜନ୍ତୁମାନେ ମଧ୍ୟ ମଣିଷ ସମାଜ ପ୍ରତି ତାଙ୍କର ଅସହିଷ୍ଣୁତା ପ୍ରକାଶ କରିବା ଜାରି ରଖିଛନ୍ତି । ହାତୀପଲ ଓ ବାଘମାନେ ସହର ମଧ୍ୟକୁ ପଶି ଆସି ବିଭିନ୍ନ ଅଂଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ।
ଆଜିକୁ କେତେଦିନ ଧରି ଜଳେଶ୍ୱର ବ୍ଲକ ରାଇବଣିଆ ଥାନାର ବିଭିନ୍ନ ଅଂଚଳରେ ହାତୀ ଆତଙ୍କ ଲାଗି ରହିଛି । ଜଙ୍ଗଲପାଖ ଗ୍ରାମ ମାନଙ୍କରେ ପଶି ଧାନ, ପରିବା ଚାଷ ନଷ୍ଟ କରିବା ସହିତ ଧନ ଜୀବନ ନଷ୍ଟ କରୁଛନ୍ତି । ବର୍ତମାନ ସୁର୍ଦ୍ଧା ୧୫ରୁ ଉର୍ଦ୍ଧ ପରିବାରର ବାସଗୃହ ନଷ୍ଟ କରିଥିବା ବେଳେ ବାହାଦୁର ହାଁସଦା (୬୫) ନାମକ ବୃଦ୍ଧଜଣକୁ ପାଦରେ ଦଳି ମାରି ଦେଇଛନ୍ତି । ଅବଶ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ରେଂଜର ଦେବେନ୍ଦ୍ର ପାତ୍ର ଓ ଫରେଷ୍ଟର ତପନ ସିଂ ମୃତ ବାହାଦୂର ମାରାଣ୍ଡିର ବିଧବା ପତ୍ନୀଙ୍କୁ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ଓ ପରବର୍ତୀ ସମୟରେ ୩ ଲକ୍ଷ ୭୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି । ବର୍ତମାନ ଶିମିଳିପାଳ ଜଙ୍ଗଲରୁ ୨୦ରୁ ଉର୍ଦ୍ଧ ହାତୀ ଘାସମାରି ଜଙ୍ଗଲ ନିକଟରେ ରହୁଥବା ବେଳେ ଗତ ରାତ୍ରୀରେ ମୟୁରଭଂଜର ରଙ୍ଗାମାଟିଆ ଗ୍ରାମ ଦିଗକୁ ୧୦ରୁ ଉର୍ଦ୍ଧ ହାତୀ ଯାଉଥିବା ବେଳେ ଖଡିକା ଜଙ୍ଗଲ ଦିଗକୁ ଅନ୍ୟ ହାତୀ ଗୁଡିକ ଦଳବାନ୍ଧି ଯାଉଥିବାର ଜଙ୍ଗଲ ବିଭାଗ ତରଫରୁ ସୂଚନା ଦିଆଯାଇଛି । ବର୍ଷ ବର୍ଷଧରି ଏହି ଅଂଚଳରେ ହାତିର ଉପଦ୍ରବ୍ୟ ଲାଗି ରହିଥିବା ବେଳେ ଏହି ଅଂଚଳକୁ ହାତୀ କରିଡର ଭାବେ ଘୋଷଣା କରିବାକୁ ସ୍ଥାନୀୟ ଅଧିବାସୀ ତଥା ସମସ୍ତ ବର୍ଗର ଲୋକମାନେ ଦାବି ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବିରୁଦ୍ଧରେ ସିପିðଆଇ ଏବଂ ସିପିଏମର ଗଣଧାରଣା

ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବିରୁଦ୍ଧରେ ସିପିðଆଇ ଏବଂ ସିପିଏମର ଗଣଧାରଣା

Read More...

ଅଭିଜିତ ସମେତ ତିନିଜଣକଙ୍କୁ ଅର୍ଥନୀତିରେ ନୋବେଲ

ଅଭିଜିତ ସମେତ ତିନିଜଣକଙ୍କୁ ଅର୍ଥନୀତିରେ ନୋବେଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page