ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି । ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା । କି;ୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ ଆଲୋଚନା କରିବାର ଦେଖିବାକୁ ମିଳି ନଥିବା ବେଳେ ଏ ଦୁହିଁଙ୍କ ବିବାହ ହେଲେ ବଲିଉଡ୍ ବେବୋ ଅର୍ଥାତ୍ କରୀନା କପୁର ଅଧିକ ଖୁସି ହେବେ । ନିକଟରେ ମାମି ଫିଲ୍ମ ଫେଷ୍ଟିଭାଲରେ କରୀନା ଓ ଆଲିଆ ଯୋଗ ଦେଇଥିଲେ । ଦୁହିଁଙ୍କ ସହ ସାକ୍ଷାତକାର ଚାଲିଥିବା ସମୟରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଆଲିଆଙ୍କୁ ବିବାହ ସମ୍ପର୍କରେ ପ୍ରଶ୍ନ କରିଥିଲେ । ‘କରୀନା କପୁର ତୁମର ନଣଦ କେବେ ହେବେ’ ପ୍ରଶ୍ନରେ କରୀନା ହସି ହସି କହିଥିଲେ, ‘ସେ ଦିନ ମୁଁ ଦୁନିଆରେ ସବୁଠୁ ଅଧିକ ଖୁସି ହେବି ।