ଭୁବନେଶ୍ୱର, ୧୮ ।୧୦ (ଅନୁପମ ମିଡିଆ): କିଟ୍ ଇଣ୍ଟରନାସନାଲ ସ୍କୁଲର ଚେୟରାପର୍ସନ ଡ. ମୋନାଲିସା ବଳଙ୍କୁ ଏନଆରଆଇ େୱଲଫେୟାର ସୋସାଇଟି ଇଂଲଣ୍ଡ ଚାପଫର ପକ୍ଷରୁ ସମ୍ମାନଜନକ ମହାତ୍ମା ଗାନ୍ଧୀ ଲିଡରସିପ ସମ୍ମାନ ପ୍ରଦାନ କରାଯାଇଛି । ଡ. ବଳଙ୍କ ସମେତ ବିଶ୍ୱର ୨୫ଜଣ ବିଶିଷ୍ଟ ବକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଅକେଫାବର ୧୧ ତାରିଖରେ ଇଂଲଣ୍ଡ ସଂସଦ ହାଉସ ଅଫ କମନସରେ ଆୟୋଜିତ ଏକ ଉତ୍ସବରେ ଡ. ବଳଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଏନଆରଆଇ େୱଲଫେୟାର ସୋସାଇଟି ପକ୍ଷରୁ କୁହାଯାଇଛି । ସୂଚନାଯୋଗ, ଏହି ସମ୍ମାନ ପୂର୍ବରୁ ମଦର ଟେରେସା ଓ ଆଧ୍ୟାତ୍ମିକ ଗୁରୁ ଗୌର ଗୋପାଳ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଡ. ବଳଙ୍କ ସଫଳତାରେ କିଟ ଓ କିସ ପ୍ରତିଷ୍ଠାତା ଅଚୁତ ସାମନ୍ତ ଖୁସି ବକ୍ତ କରିବା ସହ ଡ. ବଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପ୍ରତିକ୍ରିୟାରେ ଡ. ବଳ କହିଛନ୍ତି, ଡ. ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ମାନବିକ ମୂଲବୋଧ ଭିିକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି ।