ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା ସରପଞ୍ଚଙ୍କ ସ୍ୱାମୀ ଗିରଫ

October 19, 2019, ଓଡ଼ିଶା, , Anupambharat News Bureau


ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା  ସରପଞ୍ଚଙ୍କ ସ୍ୱାମୀ ଗିରଫ
Anupambharat News Bureau
October 19, 2019

ଯାଜପୁର/ଧର୍ମଶାଳା,୧୯ା୧୦(ଅନୁପମମିଡ଼ିଆ): ଯାଜପୁର ଜିଲ୍ଳାର ଧର୍ମଶାଳା ବ୍ଲକର ଗ୍ରାମସେବୀକା ତଥା ହରିଦାସପୁର ଗ୍ରାମପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତୁ୍ୟ ମାମଲାରେ ରେ ପୋଲିସ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ପୂର୍ବରୁ ଏହି ମାମଲାରେ ପୋଲିସ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ସମେତ ପାଞ୍ଚ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିଲା । ଆଜି ଯାଜପୁର ଏସପି ଚରଣସିଂ ମିନା ଧର୍ମଶାଳା ଥାନା ପରିସରରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସ୍ମିତାରାଣୀ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏସ୍‌ପି ଆହୁରି କହିଥିଲେ ଯେ, ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସହିତ ସରପଞ୍ଚଙ୍କ ସ୍ୱାମୀ ରୂପେଶର ସମ୍ପର୍କକକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ମତାନ୍ତର ହେଉଥିଲା । ଘଟଣାଦିନ ମତାନ୍ତରକୁ କେନ୍ଦ୍ର କରି ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ଏସ୍‌ପି ସୂଚନା ଦେଇଛନ୍ତି । ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳଙ୍କ ଅଭିଯୋଗ କ୍ରମେ ପୋଲିସ ୧୬/୧୯ରେ ଏକ କେଶ ରୁଜୁ କରି ତଦନ୍ତ ଚଳାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ପିଇଓଙ୍କ ସହ ସରପଞ୍ଚଙ୍କ ସ୍ୱାମୀ ରୂପେଶଙ୍କ ଅନୈତିକ ସମ୍ପର୍କ ରଖି ବ୍ଲକମେଲ କରିବାରୁ ଯୋଗୁ ଆତ୍ମହତ୍ୟା କରିବାକୁ ସେ ବାଧ୍ୟ ହୋଇଥିଲା । ଏକ ୟୁଡି କେଶ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ଆଜି ଶବବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ଆତ୍ମହତ୍ୟା ପାଇଁ ସ୍ମିତାରାଣୀଙ୍କୁ ବାଧ୍ୟ କରିଥିବା ଅଭିଯୋଗରେ କେଶ ରୁଜୁ କରି ଅଭିଯୁକ୍ତ ରୂପେଶକୁ
ଗିରଫ କରିଛି । । ଗିରଫ ରୂପେଶକୁ ଆଜି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିଲା । ତେବେ ଜାମିନି ଆବେଦନ ନାମାଞ୍ଜୁରୁ ଜେଲକୁ ପଠାଇଦେଇଛନ୍ତି । ଅନ୍ୟ ପକ୍ଷରେ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ପୋଲିସର ତଦନ୍ତକୁ ତିବ୍ର ସମାଲୋଚନା କରିଛନ୍ତି । ପୋଲିସ ପ୍ରେମ ସମ୍ପର୍କ କଥା ଉଠାଇ ମୋ ଝିଅର ଆତ୍ମାକୁ ଓ ମୋତେ ମାନସିକ ନିର୍ଯାତନା ଦେଉଛି । ଯଦି ରୂପେଶର ମୋ ଝିଅ ସହିତ ପ୍ରେମ ସମ୍ପର୍କ ଥିଲା ସେ ଆତ୍ମହତ୍ୟା କରିବା ପାଇଁ ସ୍ମିତାରାଣୀକୁ ବାଧ୍ୟ କରିଥିଲା ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମାନଙ୍କ ଭୂମିକା କଣ ଥିଲା ତାହା ପୋଲିସ ସ୍ପଷ୍ଟ କରୁବୋଲି ମୃତ ସ୍ମିତାରାଣୀର ବାପା ସଦାନନ୍ଦ ଦାବି କରିଛନ୍ତି । ବରଂ ରୂପେଶ ସହିତ ମଧ୍ୟାହ୍ନ ଭୋଜନ ପାଇଁ ଯିବା ପୂର୍ବରୁ ମୋଝିଅ ମୋ ପାଖକୁ ଫୋନ କରିଥିଲା ଏବଂ ସେ ସମୟରେ ସ୍ୱଭାବିକ ଥିଲା । ତାର କୌଣସି ପ୍ରକାର ମାନସିକ ଅସ୍ଥିରତା ନଥିଲା ବୋଲି ଆଜି ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ଆହୁରୀ ମଧ୍ୟ ସଦାନନ୍ଦ ସ୍ଥାନୀୟ ପୋଲିସ ଉପରେ ଆସ୍ଥା ହରାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ଯାଜପୁର ଜିଲା ଏସପି ଚରଣ ସିଂ ମିନାଙ୍କ ପ୍ରେସମିଟ ପରେ ପରେ ଜିଲ୍ଳା ବିଜେପି ସଭାପତି ଗୈାତମ ରାୟଙ୍କ ନେତୃତ୍ୱରେ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସର ତଦନ୍ତ ପ୍ର୍ରକ୍ରିୟାକୁ ତିବ୍ର ସମାଲୋଚନା କରିବା ସହିତ ଆସନ୍ତା ୨୧ ତାରିଖ ସୋମବାର ଯାଜପୁର ବନ୍ଦ ଡାକରା ଦେଇଛି । ଅନ୍ୟ ପକ୍ଷରେ କଂଗ୍ରେସର ମଧ୍ୟ ଏକ ପ୍ରତିନିଧି ଦଳ ମହିଳା ଆୟୋଗଙ୍କ ଭେଟି ସ୍ମିତାରାଣୀଙ୍କ ମୃତୁ୍ୟର ରହସ୍ୟରେ ପୋଲିସର ସନ୍ଦେହ ଜନକ ଭୂମିକା ସମ୍ପର୍କରେ ଅଭିଯୋଗ କରିଥିବାର ଜଣାଯାଇଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

Read More...

ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page