ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ

October 19, 2019, ଓଡ଼ିଶା, , Anupambharat News Bureau


ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ
Anupambharat News Bureau
October 19, 2019

କଟକ, ୧୯ା୧୦(ଅନୁପମମିଡ଼ିଆ): ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଓ ମହାଜନପୁରରେ ବେଆଇନ ବାଣ କାରଖାନା ଉପରେ କମିଶନରେଟ ପୋଲିସ ଚଢଉ କରି ବିପୁଳ ପରିମାଣର ବାଣ, ବିସ୍ପୋରକ, ବାରୁଦ ଓ ଲୁହା ଗୁଣ୍ଡ ଆଦି ଜବତ କରିବା ସହ ଏଥିରେ ସମ୍ପୃକ୍ତ ୧୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମହାଜନପୁରର ନରେନ୍ଦ୍ର ନାୟକ(୩୪), ବୁଲୁ ମଲ୍ଲିକ(୪୨), ତ୍ରିଲୋଚନପୁରର ଜଗା ମାଝି(୩୫), ପ୍ରତାପ ଚନ୍ଦ୍ର ଘଡେଇ(୨୭), ଯୋଗେନ୍ଦ୍ର ମାଝି(୪୫. ରମେଶ ଚନ୍ଦ୍ର ଘଡେଇ(୪୨), ବଟେଶ୍ୱର ଘଡେଇ(୩୦), ଧନେଶ୍ୱର ଘଡେଇ(୨୬), ସଂଜୟ ଘଡେଇ(୩୦), ପ୍ରଶାନ୍ତ କୁମାର ସାହୁ(୨୮), କୃଷ୍ଣଚନ୍ଦ୍ର ସାହୁ(୫୫), ରଞ୍ଜନ ଘଡେଇ(୩୩) । ବାଣ ପ୍ରସ୍ତୁତ ହେଉଥିବା ଘରଗୁଡିକରୁ ୨୫ କେଜି ୪୦୦ ଗ୍ରାମ୍‌ ଗନ୍‌ ପାଉଡର, ୧୪ କେଜି ପଟାସ, ୩୫ କେଜି ମେଟାଲ ବ୍ଲାକ ପାଉଡର, ୧୨ କେଜି ଆଲୁମିନିଅମ ଗୁଣ୍ଡ, ୧୫ କେଜି ଲୁହା ଗୁଣ୍ଡ, ବିଭିନ୍ନ କିସମର ୧୦ ହଜାର ପ୍ୟାକେଟ ବାଣ ଏବଂ ବିପୁଳ ପରିମାଣର କଞ୍ଚା ମାଲ ପୋଲିସ ଜବତ କରିଥିବା ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି । ଏସବୁ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ବେଆଇନ ଭାବେ ବହୁ ଦିନ ଧରି ବାଣ ପ୍ରସ୍ତୁତ ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମିଶନରେଟ ପୋଲିସର ଏକ ୮ ଜଣିଆ ଟିମ୍‌ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ହାତୀଖାନା ଏବଂ ତ୍ରିଲୋଚନପୁର ଗ୍ରାମରେ ଅଚାନକ ଚଢଉ କରିଥିଲା । ୮ଟି ଘରେ ବେଆଇନ ଭାବେ ଗନ୍‌ ପାଉଡର, ପଟାସ ଓ ଲୁହା ଗୁଣ୍ଡ ଦ୍ୱାରା ବାଣ
ତିଆରି ହେଉଥିଲା । ଏହି କାରବାରରେ ୧୨ ଜଣ ସମ୍ପୃକ୍ତ ରହି ବିପୁଳ ପରିମାଣର ବାଣ ପ୍ରସ୍ତୁତ କରୁଥିବାର ଜଣାପଡିଥିଲା । ବିନା ଲାଇସେନ୍ସରେ ଅସୁରକ୍ଷିତ ଭାବେ ଅଭିଯୁକ୍ତମାନେ ବାଣ ପ୍ରସ୍ତୁତ କରୁଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି । ଏ ସଂକ୍ରାନ୍ତରେ ଜଗତପୁର
ଥାନାରେ ୮ଟି ମାମଲା ରୁଜୁ ହୋଇଛି । କେସ ନମ୍ବର ୩୩୯, ୩୪୦, ୩୪୧, ୩୪୨, ୩୪୩, ୩୪୪, ୩୪୫, ୩୪୬/୨୦୧୯ ଏବଂ ଭାରତୀୟ ଦଣ୍ଡବିଧି ଆଇନର ୨୮୬ ଧାରା ଏବଂ ୯(ଖ) ଭାରତୀୟ ବିସ୍ପୋରକ ଆଇନ-୧୮୮୪/୪ ଓ ୫ ଧାରାରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜଗତପୁର ଅଞ୍ଚଳରୁ ବିପୁଳ ପରିମାଣର ବାଣ କମିଶନରେଟ ପୋଲିସ ପକ୍ଷରୁ ଜବତ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ପ୍ରଚାର , ସୋମବାର ଭୋଟ୍‌

ସରିଲା ପ୍ରଚାର , ସୋମବାର ଭୋଟ୍‌

Read More...

୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page